Categories: ଜାତୀୟ

ରାଜ୍ୟ ସଭାରେ ତିନି ତଲାକ୍‌ ବିଲ୍‌ ପାସ୍‌ ହେବାର ଗୋଟିଏ ଦିନ ପରେ ସ୍ତ୍ରୀଙ୍କୁ ସ୍ବାମୀ ଦେଲେ ତଲାକ୍‌

ଅହମ୍ମଦାବାଦ୍‌,୩୧।୭: ରାଜ୍ୟ ସଭାରେ ତିନି ତଲାକ୍‌ ବିଲ୍‌ ମଙ୍ଗଳବାର ପାସ୍‌ ହୋଇଛି। ତେବେ ବୁଧବାର ଗୁଜରାଟ ଅହମ୍ମଦାବାଦ୍‌ରେ ସ୍ତ୍ରୀଙ୍କୁ ସ୍ବାମୀ ତିନି ତଲାକ୍‌ ଦେଇଛନ୍ତି। ଏହାପରେ ସ୍ତ୍ରୀ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିବା କୁହାଯାଉଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ସ୍ତ୍ରୀ ତାଙ୍କ ସ୍ବାମୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Share