Categories: ଜାତୀୟ

ରାଜ୍ୟ ସଭାରେ ‘ଟ୍ରିପଲ୍‌ ତଲାକ୍‌’ ବିଲ ପାସ୍‌

ନୂଆଦିଲ୍ଲୀ,୩୦।୭: ଲୋକ ସଭା ପରେ ଏବେ ରାଜ୍ୟ ସଭାରେ ପାରିତ ହେଲା ‘ଟ୍ରିପଲ୍‌ ତଲାକ୍‌ ବିଲ୍‌’। ଭୋଟିଂ ଡିଭିଜନ ଜରିଆରେ ମୁସଲମାନ ମହିଳାଙ୍କ ବିବାହ ସମ୍ପର୍କିତ ଏହି ବିଲ୍‌ ମଙ୍ଗଳବାର ପାସ୍‌ ହୋଇଛି। ବିଲ୍‌ ସପକ୍ଷରେ ଗୃହରେ ୯୯ ସଦସ୍ୟ ମତଦାନ କରିଥିବା ବେଳେ ବିିପକ୍ଷରେ ୮୪ଜଣ ମତଦାନ କରିଥିଲେ। ତେବେ ବିଲ୍‌ ପାରିତ ହେବା ଫଳରେ ମୁସଲିମ୍‌ ମହିଳାମାନଙ୍କୁ ତିନି ତଲାକ କହିବା ଅଥବା ଫୋନ୍‌ କଲ୍‌, ଚିଠି ମାଧ୍ୟମରେ ତଲାକ ଦେବା ବେଆଇନ ହେବ। ଏଥିଯୋଗୁ ଜଣଙ୍କ ଉପରେ ଫୌଜଦାରି ମାମଲା ରୁଜୁ ହେବା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ।

ପ୍ରକାଶଯୋଗ୍ୟ, ରାଜ୍ୟ ସଭାରେ ତିନି ତଲାକ୍‌ ବିଲ୍‌ ଉପରେ ତର୍କ ବିତର୍କ ଜାରି ରହିଥିବା ବେଳେ ଏହାକୁ ବିରୋଧ କରି ଜେଡିୟୁ ସଦସ୍ୟମାନେ ଗୃହତ୍ୟାଗ କରିଥିଲେ।

Share