Categories: ଜାତୀୟ

ରାଜ୍ୟ ସଭାରେ କାନ୍ଦିଲେ ଏମ୍‌ପି: କହିଲେ, ମୋ ମୃତ୍ୟୁରେ ଶୋକ କରିବେ ନାହିଁ

ନୂଆଦିଲ୍ଲୀ, ୨୪।୭: ରାଜ୍ୟ ସଭାରେ ବୁଧବାର କିଛି ଏମ୍‌ପିଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ଏହି ଅବସରରେ ଜଣେ ଏମ୍‌ପି ବିଦାୟୀ ଭାଷଣ ଦେଉଥିବାବେଳେ ଭାବୁକ ହୋଇପଡିଛନ୍ତି। ଏଆଇଡିଏମକେ ଏମ୍‌ପି ବାସୁଦେବନ ମୈତ୍ରୟନ୍‌ ନିଜ ଭାଷଣରେ କାନ୍ଦି ପକାଇ ସଦନର ସମସ୍ତଙ୍କୁ ନିବେଦନ କରି କହିଥିଲେ, ମୋ ମୃତ୍ୟୁରେ ସଦନରେ ଶୋକ ପ୍ରକାଶ କରିବେ ନାହିଁ। ୨୦୦୯ରେ ଶ୍ରୀଲଙ୍କାରେ ଅନେକ ତାମିଲ ଲୋକ ମୃତ୍ୟୁବରଣ କରିଥିଲେ ମଧ୍ୟ ସଦନରେ ସେମାନଙ୍କ ଶୋକ ପ୍ରକାଶ କରାଯାଇ ନ ଥିଲା, ଯାହା ମୋତେ ଆଘାତ ଦେଇଥିଲା। ତେଣୁ ମୋ ମୃତ୍ୟୁରେ ଏଠାରେ ଶୋକ କରିବା କୌଣସି ଆବଶ୍ୟକ ନାହିଁି। ୧୪ ବର୍ଷ ରାଜ୍ୟ ସଭାରେ ବିତାଇବା ପରେ ଆଜି ଏଠାରେ ମୋର ଶେଷ ଦିନ। କେବଳ ଏତିକି କହିବା ପରେ କାନ୍ଦି ପକାଇଥିଲେ ବାସୁଦେବନ। ନିଜ ଭାଷଣରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Share