ରାଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ୩ ନେତା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟ ସଭାକୁ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ୩ ନେତା। ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତପାତ୍ର ଏବଂ ଭାଜପାର ଅଶ୍ୱିନୀ ବୈଷ୍ଣବଙ୍କୁ ରିଟର୍ଣ୍ଣିଂ ଅଫିସର ନିର୍ବାଚିତ ଘୋଷଣା କରିଛନ୍ତି। ୩ଟି ଆସନ ଲାଗି ତିନି ପ୍ରାର୍ଥୀ ଥିବାରୁ ସେମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସଭା ସଦସ୍ୟ ପଦରୁ ଅଚ୍ୟୁତ ସାମନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ସ୍ଥାନରେ ଅମର ପଟ୍ଟନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ୍‌ ପାତ୍ର ପ୍ରାର୍ଥୀପତ୍ର୍ର ଦାଖଲ କରିଥିଲେ। ଗତ ୨୪ ତାରିଖରେ ବିଜେଡିର ୨ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ଭାଜପା ବିଧାୟକ ଓ ନେତାଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ସଂଖ୍ୟା ଗରିଷ୍ଠତା ଥାଇ ସୁଦ୍ଧା ବିଜେଡି ଗୋଟିଏ ଆସନ ଭାଜପାକୁ ଦେବାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଆସୁଛି। ଏହାକୁ ନେଇ ବିଧାନସଭାରେ ମଧ୍ୟ ତୁମ୍ବି ତୋଫାନ ଜାରି ରହିଛି। ବିରୋଧି ନେତାମାନେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି।