Categories: ଜାତୀୟ

ରାଜ୍ୟ ସଂଖ୍ୟା ୨୮, କେନ୍ଦ୍ର ଶାସିତଅଞ୍ଚଳ ହେଲା ୯

ଶ୍ରୀନଗର,୩୧।୧୦:

ଜମ୍ମୁ-କଶ୍ମୀର ଏବଂ ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଭାବେ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡ଼ର ଆଇଏଏସ୍‌ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଲଦାଖର ଉପରାଜ୍ୟପାଳଭାବେ ଅବସରପ୍ରାପ୍ତ ୧୯୭୭ ତ୍ରିପୁରା କ୍ୟାଡ଼ର ଆଇଏଏସ୍‌ ଅଫିସର ରାଧାକୃଷ୍ଣ ମାଥୁରଙ୍କୁ ନିଯୁକ୍ତ କରାଯାଇଛି। ଜମ୍ମୁ-କଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହେବାଦ୍ୱାରା ଭାରତର ରାଜ୍ୟ ସଂଖ୍ୟା କମି ୨୮ ହୋଇଛି। ସେହିପରି କେନ୍ଦ୍ର ଶାସିତଅଞ୍ଚଳ ସଂଖ୍ୟା ବୃଦ୍ଧି ପାଇ ୯ରେ ପହଞ୍ଚିଛି। ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଆଧାର ସହିତ ୧୦୬ ନୂଆ ଆଇନ୍‌ ଲାଗୁ ହୋଇଛି। ଅପରପକ୍ଷରେ ୧୫୩ଟି ସ୍ବତନ୍ତ୍ର ଆଇନର ଯୁଗ ଶେଷ ହୋଇଯାଇଛି।

Share