ରାଜ୍ୟ ଭାଜପାର ନିର୍ବାଚନୀ ସମୀକ୍ଷା

ଭୁବନେଶ୍ୱର, ୧୦।୬(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିପାରିଛି। ଦଳ ରାଜ୍ୟରେ ସରକାର ଗଠନ କରିବାର ଯେଉଁ ଦମ୍ଭୋକ୍ତି ଦେଖାଇଥିଲା, ସେଥିରେ ବିଫଳ ହୋଇଛି। ପ୍ରଥମଥର ବିରୋଧୀ ଦଳ ମାନ୍ୟତା ପାଇବାରେ ସକ୍ଷମ ହୋଇଛି। ଲୋକ ସଭା କ୍ଷେତ୍ରରେ ମଧ୍ୟ ଭାଜପା ୮ଟି ଆସନରେ ବିଜୟୀ ହୋଇଛି। ଓଡିଶାର ଦୁଇ ନେତାଙ୍କୁ ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ଶନିବାର ଓଡିଶା ଫେରିଛନ୍ତି। ଦୁଇ ନେତାଙ୍କ ସହ ବିଜୟୀ ହୋଇଥିବା ଅନ୍ୟ ଏମ୍‌ପି ଏବଂ ବିଧାୟକମାନଙ୍କୁ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଥିଲା। ରବିବାର ସବୁ ବରିଷ୍ଠ ନେତାମାନେ ବସି ଦଳର ନିର୍ବାଚନ ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳର ୧୨୦ ମିଶନ୍‌ ବିଫଳ ହେବାନେଇ ଭାଜପା ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଖସଡା ପ୍ରସ୍ତୁତ କରିଛି। ଏଥିପାଇଁ ବହୁ ବରିଷ୍ଠ ନେତାଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟି ଦିଆଯାଇଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ୨୦୧୯ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦଳର କୋର୍‌ କମିଟି ବୈଠକ ବସିଥିଲା। ବରିଷ୍ଠ ନେତା ତଥା କୋର୍‌ କମିଟି ସଦସ୍ୟମାନେ ବସି ଦଳର ନିର୍ବାଚନ ଫଳ ସମ୍ପର୍କିତ ଆଲୋଚନା ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାସହ ଆଗକୁ ହେବାକୁ ଥିବା ପାଟକୁରା ନିର୍ବାଚନ ଏବଂ ବିଜେପୁର ଉପନିର୍ବାଚନ ନେଇ ଆଲୋଚନା ହୋଇଛି। ଏହି ଦୁଇ ଆସନରେ କେଉଁ ନେତାମାନଙ୍କୁ ଦାୟିତ୍ୱ ଦିଆଯିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା ସରିଛି। ଖୁବ୍‌ଶୀଘ୍ର ଏହି ଦୁଇ ଆସନ ଲାଗି ବହୁ ନେତାଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯିବ ବୋଲି ଜଣାପଡିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ରାଜ୍ୟ ପଦାଧିକାରୀ ଏବଂ ଜିଲା ସଭାପତିମାନଙ୍କ ସହ ବୈଠକ ବସିଥିଲା। ବୈଠକରେ ୧୨୦ ମିଶନ କାହିଁକି ବିଫଳ ହେଲା ତା’ ଉପରେ ଆଲୋଚନା ହୋଇଛି। ଦଳ ୮ଟି ଲୋକ ସଭା ଆସନରେ ସଫଳତା ପାଇଥିବା ବେଳେ ନିଶ୍ଚୟ ଜିତିବା ସମ୍ଭାବନା ଥିବା କେତୋଟି ଆସନରେ କାହିଁକି ଖରାପ ପ୍ରଦର୍ଶନ ହେଲା ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଏଥିପାଇଁ ଦଳ ପକ୍ଷରୁ ଦୁଇଟି ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଛି। ଦଳର ରାଜ୍ୟ ନେତାମାନଙ୍କ ମଧ୍ୟରୁ ପ୍ରତି ଲୋକ ସଭା କ୍ଷେତ୍ର ପାଇଁ ଦୁଇଜଣ ନେତାଙ୍କୁ ଦାୟିତ୍ୱ ବଣ୍ଟାଯିବ। ସେମାନେ ଆସନ୍ତା ୧୬ ଏବଂ ୧୭ ତାରିଖରେ ପ୍ରତି ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ର ଗସ୍ତ କରିବେ। ସେଠାରେ ଦଳର ପ୍ରଦର୍ଶନ ସମ୍ପର୍କିତ ରିପୋର୍ଟ ସଂଗ୍ରହ କରିବେ। ଯେଉଁସବୁ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରାର୍ଥୀଙ୍କ ବିରୋଧରେ କାମ କରିଥିବାର ତଥ୍ୟ ମିଳିବ ତା’ର ମଧ୍ୟ ସମୀକ୍ଷା କରିବେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।
ଯେଉଁ ନେତାଙ୍କୁ ଦାୟିତ୍ୱ ମିଳିଛି ସେମାନେ ରିପୋର୍ଟ ସଂଗ୍ରହ କରି କୋର୍‌ କମିଟିରେ ଦାଖଲ କରିବେ। ପୁନର୍ବାର କୋର୍‌ କମିଟି ବୈଠକ ବସି ସେହି ରିପୋର୍ଟ ଉପରେ ଆଲୋଚନା କରାଯିବ। ଏହାପରେ ଦଳ ବିରୋଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୩।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri