ରାଜ୍ୟ ଜଳସମ୍ପଦ ବିଭାଗ ଟିମ୍‌ଙ୍କ ରାମେୟାପାଟଣା ଗସ୍ତ

ଚିକିଟି,୨୧।୮(ଡି.ଏନ.ଏ.)-ରାଜ୍ୟ ଜଳସମ୍ପଦ ବିଭାଗର ଏକ ସ୍ବତନ୍ତ୍ର ବୈଷୟୀକ ଟିମ୍‌ ବୁଧବାର ମଧ୍ୟାହ୍ନରେ ଚିକିଟି ବ୍ଲକ୍‌ ସମୁଦ୍ରତଟବର୍ତ୍ତୀ ଗ୍ରାମ ରାମେୟାପାଟଣାରେ ପହଞ୍ଚତ୍ଥିଲେ। ଗତ ୧୪ ତାରିଖରେ ଜୁଆର ମାଡରେ କ୍ଷତିଗ୍ରସ୍ତ ପରିବାରକୁ ଭେଟି ସ୍ଥିତି ଓ ସବିଶେଷ ଅନୁଧ୍ୟାନ କରି ରିପୋର୍ଟ ସଂଗ୍ରହ କରିଛନ୍ତି। ଉକ୍ତ ଗ୍ରାମକୁ ବାରମ୍ବାର ସମୁଦ୍ର ଜୁଆର ମାଡି ଆସୁଥିବାରୁ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ଗ୍ରାମ ନିକଟରେ ଥିବା ବାହୁଦା ନଦୀ ମୁହାଣ ବାରମ୍ବାର ଦିଗ ବଦଳାଉଥିବାରୁ ସମୁଦ୍ର ମଧ୍ୟକୁ ଜଳ ଓ ବନ୍ୟାଜଳ ନିଷ୍କାସିତ ହୋଇପାରୁନାହିଁ। ତେଣୁ ସମୁଦ୍ର ଜୁଆର ଗ୍ରାମ ମଧ୍ୟକୁ ମାଡିଆସି ଆସୁଥିବା ଗ୍ରାମବାସୀ ଅନୁଧ୍ୟାନ ଟିମ୍‌କୁ କହିଥିଲେ। ଏଥିରେ ଜଳସମ୍ପଦ ବିଭାଗର ଚିଫ୍‌ ଇଞ୍ଜିନିୟର ଡିଜାଇନ୍‌ ଭୁବନେଶ୍ୱର ବିକେ ମହାନ୍ତି, ଡାଇରେକ୍ଟର ଡିଜାଇନ୍‌ ଭୁବନେଶ୍ୱର ଲିଙ୍ଗରାଜ ଗୌଡ, ଆଡଭାଇଜର ଶତ୍ରୁଘ୍ନ ଦାସ, ଚିଫ୍‌ ଇଞ୍ଜିନିୟର ଫ୍ଲଡ୍‌ ଭୁବନେଶ୍ୱର ଯୁଗୋଳ କିଶୋର ତ୍ରିପାଠୀ, ଚିଫ୍‌ ଇଞ୍ଜିନିୟର ଆରଭିଏନ୍‌ ଜ୍ୟୋତିମୟୀ ମିଶ୍ର, ଜଳସମ୍ପଦ ବିଭାଗର ଏସି ବ୍ରହ୍ମପୁର ଲଡୁକିଶୋର ସାବତ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବ୍ରହ୍ମପୁର ବିଜୟ କୁମାର ପାଳ ପ୍ରମୁଖ ଉପସ୍ଥିତ ଥିଲେ।