ରାଜ୍ୟ ଗାଇଡ୍‌ କମିଶନରଙ୍କ ବିଶ୍ୱ ଜାମ୍ବୋରୀରେ ଯୋଗଦାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ରାଜ୍ୟ ସଂସ୍ଥାର ସହକାରୀ ଗାଇଡ୍‌ କମିଶନର ଡ. ନମିତା ପଟ୍ଟନାୟକ ଉତ୍ତର ଆମେରିକାର ପଶ୍ଚିମ ଭର୍ଜିନିଆରେ ହେଉଥିବା ୨୪ତମ ବିଶ୍ୱ ସ୍କାଉଟସ୍‌ ଜାମ୍ବୋରୀରେ ଜଣେ ଆନ୍ତର୍ଜାତୀୟ ସେବାଦଳର ସଦସ୍ୟାଭାବେ ଯୋଗଦେବେ। ଓଡ଼ିିଶାରୁ ପ୍ରତିନିଧିତ୍ୱ କରିବା ପାଇଁ ଏକମାତ୍ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସୋମବାର ଭୁବନେଶ୍ୱରରୁ ଦିଲ୍ଲୀ ଜାତୀୟ କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ଆବଶ୍ୟକୀୟ ତାଲିମ ନେଇ ୧୮ଜୁଲାଇରୁ ୩ ଅଗଷ୍ଟ ଯାଏ ହେବାକୁ ଥିବା ଆନ୍ତର୍ଜାତୀୟ ଶିବିରରେ ସେ ପରିଚାଳନାର ସଦସ୍ୟ ଭାବରେ କାର୍ଯ୍ୟ କରିବେ। ଏହି ଜାମ୍ବୋରୀରେ ୧୭୫ଟି ଦେଶରୁ ୪୦ ହଜାରରୁ ଊର୍ଦ୍ଧ୍ୱ ସ୍କାଉଟ ଯୋଗଦେବେ।