Posted inଖେଳ

ରାଜ୍ୟ ଆଥଲେଟିକ୍‌ ମିଟ୍‌ କଟକ ଚାମ୍ପିୟନ, ସୁନ୍ଦରଗଡ଼ ରନର୍ସଅପ୍‌

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)-
କଟକ ବାରବାଟୀ ଷ୍ଟାଡିୟମରେ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ୬୭ତମ ସଂସ୍କରଣ ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ କଟକ ଦଳ ୫୫୭ ପଏଣ୍ଟ ପାଇ ଓଭରଅଲ୍‌ ଚାମ୍ପିୟନ ହୋଇଛି। ୨୬୪ ପଏଣ୍ଟ ସହିତ ସୁନ୍ଦରଗଡ଼ ରନର୍ସଅପ୍‌ ହୋଇଛି। ୨୦ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ ପ୍ରତିନିଧିତ୍ୱ କରିଥିବା କିଟ୍‌ର ମନିଷା ମେରେଲ ଓ ୪୦୦ ମିଟର ରେସ୍‌ରେ ଭାଗ ନେଇଥିବା ଓଡ଼ିଶା ପୋଲିସର ବିଘ୍ନରାଜ ମିରିଡିଆ ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ପୁରୁଷ ଆଥଲେଟ୍‌ ବିବେଚିତ ହୋଇଥିଲେ। ମନିଷାଙ୍କୁ ଶଶିକାନ୍ତ ମେମୋରିଆଲ ଟ୍ରଫି ସହ ୧୦୦୦ ଏବଂ ବିଘ୍ନରାଜଙ୍କୁ ଜୋଡାର କାର୍ଲ ଲୁଇସ ଆଥଲେଟିକ୍‌ ଆସୋସିଏଶନ ପକ୍ଷରୁ ଟ୍ରଫି ଓ ୧୦୦୦ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ୧୪ ବର୍ଷରୁ କମ୍‌ ବାଳିକାରେ ସୁନ୍ଦରଗଡ଼(୪୩ ପଏଣ୍ଟ), ବାଳକରେ ଭୁବନେଶ୍ୱର(୨୬), ୧୬ ବର୍ଷରୁ କମ୍‌ ବାଳିକାରେ ଭୁବନେଶ୍ୱର(୬୪), ବାଳକରେ ଭୁବନେଶ୍ୱର(୫୩), ୧୮ ବର୍ଷରୁ କମ୍‌ ବାଳିକାରେ କଟକ(୫୫), ବାଳକରେ କଟକ(୯୭), ୨୦ ବର୍ଷରୁ କମ୍‌ ବାଳିକାରେ କଟକ(୭୦), ବାଳକରେ କଟକ(୬୫), ମହିଳାରେ କଟକ(୯୩) ଓ ପୁରୁଷରେ ଓଡ଼ିଶା ପୋଲିସ(୧୨୮ ପଏଣ୍ଟ) ପ୍ରଥମସ୍ଥାନ ଅଧିକାର କରିଥିଲା।
ପ୍ରତିଯୋଗିତାର ତୃତୀୟ ଦିବସରେ ୨ଟି ମିଟ୍‌ ରେକର୍ଡ ସ୍ଥାପନ ହୋଇଛି। ମହିଳା ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ କିଟ୍‌ର ପ୍ରଭାତି ମାଝି ୧୨:୧୧.୮ ସେକେଣ୍ଡ ସମୟ ନେଇ ଏହି ରେକର୍ଡର ଅଧିକାରିଣୀ ହୋଇଛନ୍ତି। ପୂର୍ବରୁ ରେକର୍ଡ ଟାଇମିଂ ଥିଲା ୧୨:୪୧.୭ ସେକେଣ୍ଡ। ସେହିପରି ୨୦ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ ପୁରୀର ଅଭିଷେକ ପଣ୍ଡା ମିଟ୍‌ ରେକର୍ଡ କରିଛନ୍ତି। ସେ ୪୩.୦୪ ଦୂରକୁ ହାମର ଥ୍ରୋ କରି ପୂର୍ବରୁ ଥିବା ରେକର୍ଡ(୪୨.୧୬ ମିଟର)କୁ ଭାଙ୍ଗିଛନ୍ତି। ଅନ୍ତିମ ଦିବସରେ ଅନୁଷ୍ଠିତ ଇଭେଣ୍ଟ ଗୁଡ଼ିକ ମଧ୍ୟରେ ୨୦ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ରେସ୍‌ରେ ମଧୁମିତା ଦେବ୍‌, ୩୦୦୦ ମିଟର ରନରେ ସ୍ବେତା କୁଜୁର, ୪୦୦ ମିଟର ହର୍ଡଲ୍ସରେ ପ୍ରିୟଙ୍କା ଟପ୍ପୋ, ଟ୍ରିପଲ ଜମ୍ପରେ ବିଷ୍ଣୁପ୍ରିୟା ନାୟକ, ହାମର ଥ୍ରୋରେ ସ୍ବେତଲିନା ନାୟକ ହେପ୍‌ଟାଥଲନରେ ପ୍ରିୟଙ୍କା ଟପ୍ପୋ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୁରୁଷ ୨୦୦ ମିଟର ରେସ୍‌ରେ ଅମିୟ ମଲିକ, ୮୦୦ ମିଟର ରେସ୍‌ରେ ରୋଶନ ମିଞ୍ଜ, ୧୦୦୦୦ ମିଟର ରେସ୍‌ରେ ଅଶୋକ ଦଣ୍ଡସେନା, ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ବିପିନ ପ୍ରଧାନ, ୪୦୦ ମିଟର ହର୍ଡଲ୍ସରେ କୌଶଲ୍ୟା କୁମାର ନାୟକ, ପୋଲଭଲ୍ଟରେ ମନୋଜ କୁମାର ହେମ୍ବ୍ରମ ହାମର ଥ୍ରୋରେ ମଳୟ ରଞ୍ଜନ ପତି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ସେହିପରି ମହିଳା ୨୦୦ ମିଟରରେ ଦୂତୀ ଚାନ୍ଦ, ୧୦୦୦୦ ମିଟର ରେସ୍‌ରେ ଅସ୍ମିତା ସେଠୀ, ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ ପ୍ରଭାତି ମାଝି, ୪୦୦ ମିଟର ହର୍ଡଲ୍ସରେ ଜଉନା ମୁର୍ମୁ, ଟ୍ରିପଲ ଜମ୍ପରେ ରେନ୍‌କି ସାହୁ, ହାମର ଥ୍ରୋରେ ଦିବ୍ୟା ସାଣ୍ଡିଲ୍ୟ, ହେପ୍‌ଟାଥଲନରେ ସଞ୍ଜୁକ୍ତା ମିଞ୍ଜ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri