ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା: ଅଭି-କିଶୋର ଯୋଡି ପ୍ରଥମ

ସୋନପୁର,୧୩।୧୧(ନି.ପ୍ର.)-କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସୋନପୁର ସହର ନିକଟସ୍ଥ ମହାନଦୀର ଲଙ୍କେଶ୍ୱରୀ ଗଣ୍ଡ ନିକଟରେ ରାଜ୍ୟସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୮ଟି ଦଳ ଭାଗ ନେଇଥିଲେ। ଗୋଟିଏ ଡଙ୍ଗାରେ ଦୁଇଜଣ ଲେଖାଏ ପ୍ରତିଯୋଗୀ ରହିଥିଲେ। ଭାଗବତ ପାଠାଗାର ତେନ୍ତୁଳିଘାଟ ପକ୍ଷରୁ ମଙ୍ଗଳବାର ଅପରାହ୍ନ ଅଢେଇଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତା ବେଶ ଚିତ୍ତାକର୍ଷକ ହୋଇଥିଲା । ଏଥିରେ ସୋନପୁର ତେନ୍ତୁଳିଘାଟର ଅଭି ବେହେରା ଓ କିଶୋର ନାଏକ ପ୍ରଥମ, ସମ୍ବଲପୁର ସହର ଦଳେଇପଡାର ବିଶ୍ୱନାଥ ଦଣ୍ଡସେନା ଓ ବିକାଶ ସାହୁ ଦ୍ୱିତୀୟ ଏବଂ ବରଗଡ ଜିଲା ଗଣ୍ଡତୁରୁମର ସଦାନନ୍ଦ ପାଣ୍ଡେ ଓ ମହେନ୍ଦ୍ର ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ତଥା ଦୀର୍ଘ ୫୬ବର୍ଷ ଧରି ମହାନଦୀରେ ପାରମ୍ପରିକ ନୌକାଚାଳନା ପ୍ରତିଯୋଗିତା ଆୟୋଜନ କରି ଆସୁଥିବାରୁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥିଭାବେ ଓଡିଶା ଗାନ୍ଧୀବାଦୀ ଫୋରମର ଡ. ରୀନା ରାଉତରାୟ, ବରିଷ୍ଠ ଆଇନଜୀବୀ ବିଥିକା ମହାନ୍ତି, ଅଭିମନ୍ୟୁ କୁଶଳ, କଇରୁ ସ୍ବାଇଁ, ପ୍ରକାଶ ସାହୁ, ଶ୍ରୀବତ୍ସ ମଲ୍ଳିକ, ଓଡିଶା ଅଣଗେଜେଟେଡ କର୍ମଚାରୀ ସଂଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ପଟ୍ଟନାୟକ, ପୁରୁଷୋତ୍ତମ ପାଣିଗ୍ରାହୀ ଓ ଚକ୍ରାୟୁଧ ନାଏକ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବରେ ଯଥାକ୍ରମେ ୫ ହଜାର, ୨ ହଜାର ଓ ଦେଢ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା। ଓଡିଶାର ସମ୍ବଲପୁର, ବରଗଡ, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୋଳ ଜିଲାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri