Posted inରାଜ୍ୟ

ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଯାପିତ: ପୁରୁଷ ବିଭାଗରେ କଟକ, ମହିଳା ବିଭାଗରେ ଗୁଗୁଲ ସ୍ପୋର୍ଟିଂ ଚାମ୍ପିୟନ

ରସୁଲପୁର,୧୬ା୬(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରଠାରେ ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଶୁକ୍ରବାର ରାତିରେ ଉଦ୍‌ଯାପିତ ହୋଇଛି। ଏଠାରେ ଅନୁଷ୍ଠିତ ଉଭୟ ପୁରୁଷ ଓ ମହିଳା ବିଭାଗର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା। ପୁରୁଷ ବିଭାଗର ଫାଇନାଲରେ ପ୍ରତିଷ୍ଠିତ କଟକ କବାଡି ଦଳ ଦୃଢ ପ୍ରତିପକ୍ଷ ଗୁଗୁଲ ସ୍ପୋର୍ଟିଂକୁ ପରାସ୍ତ କରି ଚାମ୍ପିୟନ ହୋଇଥିବାବେଳେ ମହିଳା ବିଭାଗରେ ଗୁଗୁଲ ସ୍ପୋର୍ଟିଂ ଭୁବନେଶ୍ୱର ଦଳ ଆୟୋଜକ କୁଆଖିଆ ସ୍ପୋର୍ଟିଂକୁ ପରାସ୍ତ କରି ଚଳିତବର୍ଷ ପାଇଁ ଟ୍ରଫି ହାସଲ କରିଛନ୍ତି।

ପ୍ରଥମେ ଅନୁଷ୍ଠିତ ମହିଳା ବିଭାଗର ଫାଇନାଲ ମ୍ୟାଚ୍‌ରେ ଗୁଗୁଲ ସ୍ପୋର୍ଟିଂ ଓ କୁଆଖିଆ ମଧ୍ୟରେ ଖେଳା ଯାଇଥିଲା। ଖେଳ ଆରମ୍ଭରୁ ଖୁବ୍‌ ଚିତାକର୍ଷକ ହୋଇଥିଲା। ସମ୍ପୂର୍ଣ୍ଣ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା। ମାତ୍ର ମ୍ୟାଚ ଶେଷ ବେଳକୁ ଗୁଗୁଲ ସ୍ପୋର୍ଟିଂକୁ ୨୪ ପଏଣ୍ଟ ମିଳିଥିବାବେଳେ କୁଆଖିଆ ସ୍ପୋର୍ଟିଂ ୨୨ ପଏଣ୍ଟ ହାସଲ କରିଥିଲା। ଆୟୋଜକ ଦଳ ମାତ୍ର ୨ ପଏଣ୍ଟ ପଛରେ ରହି ଚାମ୍ପିୟନ ହେବାରୁ ବଞ୍ଚତ୍ତ ହୋଇଥିଲା। ସେହିଭଳି ପୁରୁଷ ଫାଇନାଲ ମ୍ୟାଚ କଟକ ଓ ଗୁଗୁଲ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ୍‌ ଶେଷ ସୁଦ୍ଧା କଟକ ଦଳ ୩୦ ପଏଣ୍ଟ ହାସଲ କରିଥିବାବେଳେ ଗୁଗୁଲ ଟିମ୍‌କୁ ୧୪ ପଏଣ୍ଟ ହାସଲ କରି ପରାଜୟ ବରଣ କରିଥିଲା ା ଟ୍ରଫି ପ୍ରଦାନ ଉତ୍ସବରେ କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଭୟ ମହିଳା ଓ ପୁରୁଷ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। କୁଆଖିଆ ସ୍ପୋର୍ଟିଂ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଗୁପାଳ ସରପଞ୍ଚ ଭାବାନୀ ଶଙ୍କର ପଣ୍ଡା, ବାହାଦଲାପୁର ସମିତି ସଭ୍ୟ ବିଜୟ ଦାସ, ପୂର୍ବତନ ସରପଞ୍ଚ ଶିଶିର କୁମାର ମହାନ୍ତି, ଶ୍ରୀଧର ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। କ୍ଲବର ସମ୍ପାଦକ ଚନ୍ଦ୍ର ଶେଖର ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁବନେତା ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri