ରାଜ୍ୟର ୩୬ ହଜାର ଲୋକ ପାଇଛନ୍ତି ସେବା

ଛତ୍ରପୁର, ୧୬ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ଏବଂ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ରବିବାର ଛତ୍ରପୁର ମିନି ଷ୍ଟାଡିୟମରେ ମେଗା ଆଇନ ସେବା ଓ ସଚେତନତା ଶିବିର ଆୟୋଜନ ହୋଇଥିଲା। ଏଥିରେ ଅତିଥି ଭାବେ ହାଇକୋର୍ଟ ବିଚାରପତି ସଞ୍ଜୁ ପଣ୍ଡା ଯୋଗଦେଇ ଲୋକଙ୍କୁ କିଭଳି ଆଇନ ସେବା ମିଳିବ ଏବଂ ସମସ୍ତେ ସୁସ୍ଥ ଜୀବନଯାପନ କରିବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଦିବାସୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଜରୁରୀ ହୋଇପଡିଛି। ସେ ଆହୁରି କହିଥିଲେ, ରାଜ୍ୟରେ ଏଭଳି ୧୭ ଶିବିରର ଆୟୋଜନ ହୋଇସାରିଛି ା ୩୬ ହଜାର ଲୋକଙ୍କୁ ସେମାନଙ୍କର ଅଧିକାର ଓ ସେବା ପ୍ରଦାନ କରାଯାଇଛି। ରାଜ୍ୟରେ ୫ ହଜାର ପାରା ଲିଗାଲ ସାମାଜିକକର୍ମୀ କାମ କରୁଛନ୍ତି ା ପ୍ରି ଲିଟିଗେଶନ ଡେସ୍କ କାମ କରୁଛି ା ସେଠାରେ ଟ୍ରେଣ୍ଡ୍‌ ମିଡିଏଟର ଅଛନ୍ତି। ଶନିବାର ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ୫ ହଜାର ମାମଲାର ଫଇସଲା କରାଯାଇଛି। ଡିସେମ୍ବର ୧୪ରେ ପୁଣି ଏହି ଅଦାଲତ ଅନୁଷ୍ଠିତ ହେବ ା କିଭଳି ଏହାର ସଂଖ୍ୟା ବଢିବ ସେ ଉପରେ ବିଚାରପତି ପଣ୍ଡା ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଲିଟେରାସି କ୍ଲବ କାର୍ଯ୍ୟ କରୁଛି। ହାଇକୋର୍ଟର ଅନ୍ୟତମ ବିଚାରପତି ଡ. ଅକ୍ଷୟ କୁମାର ରଥ ତାଙ୍କ ବକ୍ତବ୍ୟରେ ରାଜ୍ୟର କେତେକ ଜେଲ୍‌, ହସ୍ପିଟାଲ, ସ୍କୁଲ ଓ କଲେଜରେ ଲିଗାଲ କ୍ଲିନିକ୍‌ ଚାଲିଥିବା ସୂଚନା ଦେଇଥିଲେ ା ସମସ୍ତଙ୍କ ବଞ୍ଚିିବା ହକ୍‌ଦାର ଏବଂ ଆପଣମାନେ ଏଥିରେ ସହଯୋଗ କରିବାକୁ ବିଚାରପତି ରଥ କହିଥିଲେ। ଦାରିଦ୍ର୍ୟ ଦୂରୀକରଣ ଓ ଆଦିବାସୀଙ୍କ ଅଧିକାର ସୁରକ୍ଷା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ନାୟକ କହିଥିଲେ, ମହିଳା, ଶିଶୁ, ମାନବ ଚାଲାଣ, କିନ୍ନର, ଶିଳ୍ପ ଦୁର୍ଘଟଣାଗ୍ରସ୍ତ, ବରିଷ୍ଠ ନାଗରିକ ଏବଂ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍‌ ଥିବା ବ୍ୟକ୍ତିଙ୍କୁ ନିଃଶୁଳ୍କ ଆଇନ ସହାୟତା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଉଛି। ୧୫୧୬ ନିଃଶୁଳ୍କ ନମ୍ବରରେ ଫୋନ୍‌ କରି ଆଇନ ସହାୟତା ଲୋକେ ମାଗି ପାରିବେ ବୋଲି ସଚିବ ନାୟକ ସୂଚନା ଦେଇଥିଲେ ା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାରେ ଲୋକେ କିପରି ସାମିଲ ହୋଇପାରିବେ ସେ ନେଇ ସଚେତନ କରିବାକୁ ଏଠାରେ ବିଭିନ୍ନ ବିଭାଗ ଷ୍ଟଲ ଖୋଲାଯାଇଥିବା କହିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ତାଙ୍କ ବକ୍ତବ୍ୟରେ ବିଭିନ୍ନ ସରକାରୀ ଯୋଜନା ଓ ନିୟମ ସମ୍ପର୍କରେ ଲୋକମାନଙ୍କଠାରେ ସୂଚନାର ଅଭାବ ରହୁଛି। ଏଣୁ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଥିବା କହିଥିଲେ। ଜିଲା ଜଜ୍‌ ବିଭୁ ପ୍ରସାଦ ରାଉତରାୟ ତାଙ୍କ ବକ୍ତବ୍ୟରେ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଛତ୍ରପୁର ଏଡିଜେ ଶିଖା ରାଣୀ ରଥ, ଗଞ୍ଜାମ ପରିବାର କୋଟ ବିଚାରପତି ପ୍ରଜ୍ଞା ପାଣିଗ୍ରାହୀ ଅତିଥିମାନଙ୍କୁ ମୋମେଣ୍ଟୋ ପ୍ରଦାନ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ା ଲିଗାଲ ସେବା କମିଟି ସଚିବ ବିଜୟ କୁମାର ଦାଶ ଧନ୍ୟବାଦ ଦେଇଥିଲେ ା ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri