ରାଜ୍ୟର ସମସ୍ତ ଯୁକ୍ତ ୩ ଏବଂ ପିଜି ଶେଷ ସେମିଷ୍ଟର ବାତିଲ

ଭୁବନେଶ୍ୱର,୧୧।୬(ବ୍ୟୁରୋ)-ମହାମାରୀ କରୋନା ସକାଶେ ସମସ୍ତ ୟୁଜି (+୩) ଓ ପିଜି ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର। ଶେଷ ବର୍ଷର ବାକି ଥିବା ସମସ୍ତ ଥିଓରୀ, ପ୍ରାକ୍ଟିକାଲ ପରୀକ୍ଷା ବାତିଲ କରାଯାଇଛି। ଗୁରୁବାର ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି। ବିଶ୍ୱ ବିଦ୍ୟାଳୟ ଓ ସ୍ବୟଂ ଶାସିତ କଲେଜ ଗୁଡ଼ିକ ୟୁଜିସି ପରାମର୍ଶକ୍ରମେ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରି ଅଗଷ୍ଟ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବେ। ସେହିପରି ବିକଳ୍ପ ମୂଲ୍ୟାୟନରେ ଯଥେଷ୍ଟ ମାର୍କ ପାଇ ନ ଥିବା ପିଲାଙ୍କ ପାଇଁ ପରୀକ୍ଷା ହେବ। ଯେଉଁମାନେ ଅଧିକ ମାର୍କ ପାଇଁ ହକଦାର ଭାବିବେ, ସେମାନେ ପରୀକ୍ଷା ଦେବେ। ନଭେମ୍ବର ମଧ୍ୟରେ ସଂପୃକ୍ତ ଛାତ୍ରୀଛାତ୍ରଙ୍କୁ ନେଇ କଲେଜ କର୍ତ୍ତୃପକ୍ଷ ପରୀକ୍ଷା କରାଇବେ ବୋଲି ବୈଠକରେ ନିଷ୍ପତି ହୋଇଛି।