ରାଜ୍ୟରେ ୯୨ କରୋନା ଆକ୍ରାନ୍ତ ଚିହ୍ନଟ: ବରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାର ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୮ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୮୮୯ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡ଼ ଜିଲାରୁ ସର୍ବାଧିକ ୧୪ ଥିବା ବେଳେ ଅନୁଗୋଳରୁ ୩, ବାଲେଶ୍ୱରରୁ ୫, ବଲାଙ୍ଗୀରର୨, ବୌଦ୍ଧ ୨, କଟକରୁ ୯ ଓ ଦେବଗଡ଼ରୁ ୧ ଅଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୧ , ଯାଜପୁରର ୩, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୬, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୬, କୋରାପୁଟରୁ ୧, ମୟୂରଭଞ୍ଜରୁ ୨ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନୂଆପଡ଼ାରୁ ୨, ପୁରୀରୁ ୭, ରାୟଗଡ଼ାରୁ ୨, ସମ୍ବଲପୁରରୁ ୮ , ସୁବର୍ଣ୍ଣପୁରରୁ ଜଣେ ଓ ସୁନ୍ଧରଗଡ଼ରୁ ୧୧ ଆକ୍ରାନ୍ତ ଅଛନ୍ତି।