ରାଜ୍ୟରେ ୮୦ ପ୍ରତିଶତ କରୋନା ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନ ଥିଲା: ବାଗ୍‌ଚୀ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ତେବେ ଆକ୍ରାନ୍ତ ୧୧୦ ଜଣଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରୁ କୌଣସି ଲକ୍ଷଣ ନ ଥିଲା। ଲକ୍ଷଣ ନ ଥିବା ବ୍ୟକ୍ତି ମଧ୍ୟ ଅନ୍ୟକୁ ସଂକ୍ରମିତ କରିପାରିବେ। ଏ ନେଇ ସୋମବାର ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଟୀକା ନ ବାହାରିବା ପର୍ଯ୍ୟନ୍ତ ଏଥିରୁ ଆମେ କେବେ ମୁକ୍ତ ହେବା ତାହା କହିହେବ ନାହିଁ।

Share