ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ ସାଇବର ଥାନା

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା। ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ଏହି ସାଇବର ଥାନା ପ୍ରତିଷ୍ଠା କରାଯିବ। ନୂଆ ସାଇବର ଥାନା ସମ୍ପର୍କରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ସାଇବର ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ୨୦୧୩ରେ ୧୨୦ଟି ମାମଲା ଥିବା ବେଳେ ୨୦୧୮ରେ ମାମଲା ୮୬୮କୁ ବୃଦ୍ଧି ପାଇଛି। ମାମଲା ଯେଉଁ ଅନୁପାତରେ ବଢ଼ୁଛି, ସେ ଅନୁପାତରେ ଥାନା ନାହିଁ। ସାଇବର ଥାନା ବଢ଼ିବା ସହ ତଦନ୍ତ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ। ୩ ଦିନିଆ ସାଇବର ତଦନ୍ତ ଅଧିକାରୀ ତାମିଲ କାର୍ଯ୍ୟକ୍ରମରେ ଡିଜିପି ଶର୍ମା ଏହି ସୂଚନା ଦେଇଛନ୍ତି।