ରାଜ୍ୟରେ ପରିବହନ ସେବା ବାଧାପ୍ରାପ୍ତ: ଟ୍ରେନ୍‌ ଟିକେଟ୍‌ ବାତିଲ କରୁଛନ୍ତି ଯାତ୍ରୀ,ଏଣିକି ଆର୍‌ଟିଓରେ ଦୈନିକ ମିଳିବ ୫୦ ଲାଇସେନ୍ସ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଗୋଟିଏ ପଟେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅପରପକ୍ଷେ ପରିବହନ ସେବା ବାଧାପ୍ରାପ୍ତ ହେଉଥିବା ଦେଖାଯାଉଛି। ବିଭିନ୍ନ ରେଳଷ୍ଟେଶନରେ ଟିକେଟ ବାତିଲ ପ୍ରକ୍ରିୟା ବଢ଼ୁଥିବା ନଜର ଆସିଛି। ଇଷ୍ଟକୋଷ୍ଟ ରେଲଓ୍ବେର ଲକ୍ଷେରୁ ଅଧିକ ଟିକେଟ ଲୋକେ କ୍ୟାନ୍‌ସଲ କରାଯାଇଛି। ଏଥିପାଇଁ ଷ୍ଟେଶନରେ ଯାତ୍ରୀଙ୍କ ଲମ୍ବା ଧାଡ଼ି ମଧ୍ୟ ଦେଖିବାକୁ ମିଳୁଛି। ଅପରପକ୍ଷେ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ମାଗଣାରେ ମାସ୍କ ଯୋଗାଯିବ ବୋଲି ଜଣାପଡ଼ିଛି।

ରାଜ୍ୟରେ ନୂତନ ସଡ଼କ ସୁରକ୍ଷା ଆଇନ ଲାଗୁ ହେବା ପରେ ଯାନବାହନ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଥିଲା। ଏପରିକି ବିଭିନ୍ନ କାଗଜପତ୍ର ନ ଥିଲେ ମୋଟା ଅଙ୍କର ଜରିମାନା କରାଯାଉଥିଲା। ଏବେ ବି ଅଧିକାଂଶ ଲୋକ କାଗଜପତ୍ର କରି ନ ଥିବାକୁ ନେଇ ଆର୍‌ଟିଓ ଅଫିସରେ ଭିଡ ଜମାଉଛନ୍ତି। ଏଥିରେ କରୋନା ସଂକ୍ରମଣର ସମ୍ଭାବନା ଅଧିକ ରହୁଥିବାରୁ ଭିଡ କମାଇବାକୁ ଦୈନିକ ମିଳିବ ୫୦ଟି ଲାଇସେନ୍ସ ମିଳିବ ବୋଲି ପରିବହନ ବିଭାଗ ସ୍ପଷ୍ଟ କରିଛି।