ରାଜ୍ୟରେ କରୋନା ଟେଷ୍ଟିଂ ପାଇଁ କେତେ କିଟ୍‌ ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବିନା ଟେଷ୍ଟିଂରେ ”ଲକ୍‌ଡ଼ାଉନ“ ନିରର୍ଥକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) କହିଛି। ଯେଉଁ ପର୍ଯ୍ୟନ୍ତ ବ୍ୟାପକ ଟେଷ୍ଟ କରାଯାଇନାହିଁ , ସେ ଯାଏ ”ଲକ୍‌ଡ଼ାଉନ“ ଉଠାଇଲେ ବିପଦଜନକ ବୋଲି ସ୍ପଷ୍ଟ ମତ ରହିଛି । ତେଣୁ ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କେତେ କରୋନା ନମୁନା ଟେଷ୍ଟ କିଟ୍‌ ରାଜ୍ୟରେ ଉପଲବ୍ଧ ରହିଛି, ତାହା ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। ଏଥିସହିତ ଜେନା ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଖୋଲା ଚିଠି ଲେଖି ୩ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି।
ଚିଠି ମାଧ୍ୟମରେ ଶ୍ରୀକାନ୍ତ କହିଛନ୍ତି ଯେ, ପ୍ରାୟ ୨୬ ଦିନର ଲକ୍‌ଡାଉନ ଅବଧିରେ ରାଜ୍ୟରେ ୯ ହଜାରରୁ ସାମାନ୍ୟ ଅଧିକ ନମୁନା ପରୀକ୍ଷା ହୋଇଛି। ଯାହା ଜନସଂଖ୍ୟା ଆୟତନର ଅତି ନଗଣ୍ୟ। ରାଜଧାନୀରେ ପ୍ରାୟ ୨୦ ଲକ୍ଷରୁ ଲୋକ ବାସ କରନ୍ତି, ତେଣୁ ଏଠାରେ ସର୍ବନିମ୍ନ ଏକ ଲକ୍ଷ ଲୋକଙ୍କ ନମୁନା ପରୀକ୍ଷା ଆବଶ୍ୟକ। ତେଣୁ ରାଜ୍ୟ ଏ ଯାବତ୍‌ କେତେ ରାପିଡ୍‌ କିଟ୍‌ ପାଇଛି, ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉ । ଯଦି ଆନ୍ଧ୍ର ସରକାର ଦୁଇଦିନ ତଳେ ଲକ୍ଷ ଟେଷ୍ଟ କିଟ୍‌ ଦକ୍ଷିଣ କୋରିଆରୁ ଆଣି ପାରିଲେ । ଆମେ କାହିଁକି ନୁହେଁ ବୋଲି ଶ୍ରୀକାନ୍ତ କହିଛନ୍ତି। ସେହିପରି ଉତ୍ତରପ୍ରଦେଶ ସରକାର କେନ୍ଦ୍ର ଗୃହମନ୍ତ୍ରଣାଳୟର ଅନୁମତି କ୍ରମେ ତାଙ୍କ ରାଜ୍ୟର ହଜାର ହଜାର ଛାତ୍ର ଛାତ୍ରୀଙ୍କୁ ରାଜସ୍ଥାନର କୋଟାରୁ ନିଜ ସ୍ବତନ୍ତ୍ର ବସ୍‌ ଜରିଆରେ ଆଣିପାରିଲେ। ସେହି ପଦ୍ଧତିରେ ଆମେ ଅସହାୟ ଓଡ଼ିଆ ଶ୍ରମିକଙ୍କୁ କାହିଁକି ଆଣିବା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ବାଦ୍‌ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଶନିବାର ଘୋଷଣା ନେଇ ଶ୍ରୀକାନ୍ତ କେତେକ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀକାନ୍ତଙ୍କ କହିବାନୁଯାୟୀ, ସରକାର ୧୦୦ କୋଟି ୧୧୪ ମ୍ୟୁନିସପାଲିଟି ଅଞ୍ଚଳରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ୪.୫ଲକ୍ଷ ଶ୍ରମିକଙ୍କୁ ରୋଜଗାର ଦିଆଯିବ । ହେଲେ ୧୦୦ କୋଟି ଅର୍ଥାତ ୩୦% ଶ୍ରମିକ ଅଂଶ (ଶ୍ରମିକଙ୍କ ) ହେଲେ ତାହା ୩୦ କୋଟି ହେଉଛି। ୩୦ କୋଟି ୪.୫ ଲକ୍ଷ ଶ୍ରମିକ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହେଲେ ୧୫୦ ଦିନ ଅର୍ଥାତ୍‌ ଦୈନିକ ଏହି ଶ୍ରମିକ ମାନଙ୍କୁ ମାତ୍ର ୪ ଟଙ୍କା ୪୪ ପଇସା । ହିସାବ ଯଦି ଭୁଲ ଥାଏ ତେବେ ସଂଶୋଧନ କରିବାକୁ ଅନୁରୋଧ । କିଲେ ମୁଡ଼ି ୫୦ ଟଙ୍କା – । ’ କପ୍‌ – ୧୦ଟଙ୍କା ହେଲାଣି, ତେଣୁ ଏହି ଘୋଷଣା ଭେଳିକି ବୋଲି ଶ୍ରୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri