ରାଜ୍ୟରେ କମୁଛି ଦଣ୍ଡବିଧାନ ହାର

ଭୁବନେଶ୍ୱର,୨୫ା୨(ବ୍ୟୁରେ): ପୋଲିସର ଦୁର୍ବଳ ତଦନ୍ତ ହେଉ ବା ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅବା ଆଇନର ଗଳାବାଟ ଯୋଗୁ ଅନେକ ଦୋଷୀ ଦଣ୍ଡ ନ ପାଇ ଖସି ଯାଉଛନ୍ତି। ଫଳରେ ରାଜ୍ୟରେ ଦଣ୍ଡବିଧାନ ହାର କମି କମି ଯାଉଛି। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଖିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଉକ୍ତ ତଥ୍ୟ ଅନୁସାରେ, ୨୦୦୯ରେ ଦଣ୍ଡ ହାର ୧୩.୨ପ୍ରତିଶତ ରହିଥିବାବେଳେ ୨୦୧୦ରେ ୯.୯, ୨୦୧୧ରେ ୧୦.୩, ୨୦୧୨ରେ ୧୧.୦, ୨୦୧୩ରେ ୧୦.୩ ରହିଥିଲା। ତେବେ ୨୦୧୪ରେ ଏହି ହାର ସର୍ବାଧିକ ୧୬.୪ ପ୍ରତିଶତ ରହିଥିଲାବେଳେ ୨୦୧୫ରେ ଏହା ହ୍ରାସ ପାଇ ୯.୫ରେ ପହଞ୍ଚତ୍ଥିଲା। ଏହାପରେ ୨୦୧୬ରେ ୧୦.୪, ୨୦୧୭ରେ ୯.୩ ଓ ୨୦୧୮ରେ ସବୁଠୁ କମ୍‌ ଦଣ୍ଡ ହାର ୫.୭କୁ ଖସି ଆସିଥିଲା।
ସବୁଠୁ ବଡ଼ କଥା ହେଲା ବଳାକତ୍ାର ମାମଲାରେ ମଧ୍ୟ ଦଣ୍ଡ ହାର ସ୍ଥିତି ଉଦ୍‌ବେଗଜନକ ରହିଛି। ୨୦୧୫ରେ ୮୩୩ ବଳାକତ୍ାର ମାମଲା ରୁଜୁ ହୋଇଥିବା ବେଳେ ୧୫୨ଜଣ ଦଣ୍ଡ ପାଇଥିବାବେଳେ ୬୮୧ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହାର ଦଣ୍ଡ ହାର ୧୮.୨୪ ପ୍ରତିଶତ ରହିଛି। ୨୦୧୬ରେ ୮୧୮ ମାମଲାରେ ୧୫୦ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୬୮୧ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହାର ଦଣ୍ଡ ହାର ୧୮.୩୩ ପ୍ରତିଶତ ରିହିଛି। ୨୦୧୭ରେ ୧୦୯୯ ବଳାକତ୍ାର ମାମଲାରେ ୧୮୬ ଜଣ ଦୋଷୀ ସାବ୍ୟସ୍ତ ଓ ୯୧୩ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅର୍ଥାତ୍‌ ଏହାର ଦଣ୍ଡ ହାର ୧୬.୯୨ ପ୍ରତିଶତ ରହିଛି। ୨୦୧୮ରେ ଦଣ୍ଡ ହାର ୧୮.୩୫ ରହିଥିବାବେଳେ ୧୦୭୩ ମାମଲାରେ ୧୯୭ ଦୋଷୀ ସାବ୍ୟସ୍ତ ଓ ୮୭୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୯ରେ ଦଣ୍ଡ ହାର ୧୭.୯୦ ପ୍ରତିଶତ ରହିଥିବାବେଳେ ୯୪୪ ବଳାତ୍କାର ମାମଲାରେ ୧୬୯ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସେହିପରି ହତ୍ୟା ମାମଲାରେ ମଧ୍ୟ ଦଣ୍ଡ ହାରରେ ବୃଦ୍ଧି ଘଟୁନି। ୨୦୧୫ରେ ହତ୍ୟାରେ ଦଣ୍ଡ ହାର ୨୯.୨୬ ପ୍ରତିଶତ ରହିଥିବାବେଳେ ୭୨୧ ମାମଲାରେ ୨୧୧ ଦୋଷୀ ସାବ୍ୟସ୍ତ ହେବାସହ ୫୧୦ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୬ରେ ହତ୍ୟା ମାମଲାରେ ଦଣ୍ଡ ହାର ୩୧.୫୫ ପ୍ରତିଶତ ୨୦୧୭ରେ ୩୬.୩୦, ୨୦୧୮ରେ ୩୧.୩୯ ଓ ୨୦୧୯ରେ ୨୯.୯୩ ପ୍ରତିଶତ ରହିଛି।