CORONAVIRUS UPDATE: ୪୦୦ ଟପିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୧।୫(ବ୍ୟୁରୋ)-ରାଜ୍ୟରେ ସୋମବାର ସାରେ ପୁଣି ୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ଗଞ୍ଜାମର ୧୭ ରହିଥିବାବେଳେ ସୁନ୍ଦରଗଡ଼ ୨ ଓ ବୌଦ୍ଧ ଜିଲାରେ ଜଣେ ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।