CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ; ୧୭୪ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ରାଉରକେଲାର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି। ତେବେ ବ୍ୟକ୍ତିଜଣଙ୍କ ପଶ୍ଚିମବଙ୍ଗରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ପଜିଟିଭ୍‌ ଜଣାପଡ଼ିବା ପରେ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।