ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି, ଡକାୟତି ସୀମା ସରହଦ ପାର କଲାଣି। ରବିବାର ୩୧୬ ନମ୍ବର ଜାତୀୟ ରାଜପଥ ପଟ୍ଟନାୟିକିଆ ଛକରେ ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ରାଜ୍ୟର ଆଇନଶୃଙ୍ଖଳାକୁ ପଦାରେ ପକାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ତୁରନ୍ତ ବିବୃତି ଦିଅନ୍ତୁ। ଏଭଳି ଦାବି କରି ବିରୋଧୀ କଂଗ୍ରେସ ଏବଂ ଭାଜପା ସଦସ୍ୟମାନେ ବିଧାନସଭାକୁ ହୁଲସ୍ଥୂଲ କରିଛନ୍ତି। ସରକାର ଏ ନେଇ ଜବାବ ନ ଦେବା ଯାଏ ଗୃହ ଚଳାଇ ଦେବୁନାହିଁ । ଗୃହରେ କୌଣସି ଆଲୋଚନା ହୋଇପାରିବ ନାହିଁ। ଏଭଳି ଜିଦ୍‌ରେ ଅଡ଼ିବସି ବିରୋଧୀ ସଦସ୍ୟମାନେ ସୋମବାର ଗୃହକୁ ନିଜ କବ୍‌ଜାକୁ ନେଇଯାଇଥିଲେ। ଫଳରେ ଗୃହରେ କୌଣସି କାର୍ଯ୍ୟକ୍ରମ ଅପରାହ୍ନ ସାଢେ ୩ଟା ଯାଏ ହୋଇପାରି ନ ଥିଲା। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। ବିରୋଧୀଙ୍କୁ ଶାନ୍ତ କରିବା ଏବଂ ଗୃହକୁ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଆଣିବା ଲାଗି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଥିଲେ।
ଦୁଇ ଦିନ ଛୁଟି ପରେ ସୋମବାର ୧୦ଟା ୩୦ମିନିଟ୍‌ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଭାଜପା ସଦସ୍ୟମାନେ ନିଜ ସିଟ୍‌ ନିକଟରେ ଛିଡ଼ା ହୋଇ ପଟ୍ଟନାୟିକିଆ ଛକରେ ହୋଇଥିବା ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ରାଜ୍ୟର ଆଇନଶୃଙ୍ଖଳା ବିଷୟରେ ଆଲୋଚନା କରାଯାଉ ବୋଲି ଦାବି କରି ପାଟିତୁଣ୍ଡ କରିଥିଲେ। ଏପରିକି ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଆପଣମାନେ ଉଠାଇପାରିବେ ବୋଲି ବାଚସ୍ପତି ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଭାଜପା ସଦସ୍ୟମାନେ ବାଚସ୍ପତିଙ୍କ ଏହି ଅନୁରୋଧକୁ ଏଡ଼ାଇ ଦେଇଥିଲେ ଏବଂ ଆଲୋଚନା ପାଇଁ ଅଡ଼ି ବସିଥିଲେ। ଗୃହରେ ପ୍ରବଳ ହଟ୍ଟଗୋଳ ୩ ମିନିଟ୍‌ ଧରି ଚାଲିଥିଲା। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରି ନ ପାରି ୧୦ ଟା ୩୩ରୁ ୧୦ଟା ୪୩ ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରିସ୍ଥିତିରେ ସୁଧାର ନ ଆସିବାରୁ ପୁଣି ଗୃହକୁ ୧୧ ଟା ୩୦ ଯାଏ ମୁଲତବୀ କରାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ କହିବା ଲାଗି ଅନୁମତି ଦେଇଥିଲେ। ବିରୋଧୀ ଦଳ ନେତା ରାଜ୍ୟରେ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ କହିଥିଲେ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଆମେ ବିରୋଧ କରୁନାହୁଁ। କିନ୍ତୁ ରବିବାର ତିନି ଭାଇଙ୍କୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଗଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଘଟଣାସ୍ଥଳ ନିକଟରେ ୪ ପ୍ଲାଟୁନ୍‌ ପୋଲିସ ଥାଇ ମଧ୍ୟ ଏଭଳି ଅପରାଧ ଘଟିଛି। ରାଜ୍ୟରେ ଅପରାଧୀ ରାଜ୍‌ ବୃଦ୍ଧି ପାଇଛି। କଣାସ ବ୍ଲକର ଗଡ଼ିଶାଗୋଦା ଗ୍ରାମରେ ଗୋଟିଏ ପରିବାରକୁ ବାସନ୍ଦ କରାଗଲା। ଆମକୁ ଭୋଟ ଦେଲ ନାହିଁ। ତେଣୁ ତୁମକୁ ଆମେ ବାସନ୍ଦ କରିବୁ। ଏଭଳି ଅବସ୍ଥା ରାଜ୍ୟରେ ସୃଷ୍ଟି ହୋଇଛି। ଥାନାରେ ଅଭିଯୋଗ କଲେ ମଧ୍ୟ ମାମଲା ରୁଜୁ ହେଉନାହିଁ। ସେହିପରି ବାଲେଶ୍ୱର ଥାନା ନିକଟରେ ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ଅବାଧରେ ବିକ୍ରି ଚାଲିଛି। ସୁନ୍ଦରଗଡ଼ ହେମଗିରି ଥାନା ବଣିକା ଫାଣ୍ଡି ଅନ୍ତର୍ଗତ ଏକ ଗାଁରେ ଗଣ୍ଡଗୋଳକୁ ନେଇ ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ ଆସିଲା ନାହିଁ। ଲୋକମାନେ ଥାନାରେ ଗଣ୍ଡଗୋଳ କରିବାରୁ ରାତି ୧୨ଟାରେ ଗାଁରେ ପଶି ଜଣେ ଗର୍ଭବତୀଙ୍କୁ ପୋଲିସ ନିର୍ଧୂମ ପିଟିଛି। ପାଇକମାଳ ଓ ପୁରୀ ଜିଲାର ପିପିଲି ଭଳି ଅନେକ ଘଟଣା ରାଜ୍ୟରେ ଘଟୁଛି। ଏ ସମସ୍ତ ବିଷୟ ଗୃହରେ ଆଲୋଚନା ହେବା ଦରକାର। ବାଚସ୍ପତି ରୁଲିଂ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ସେ ଦାବି କରିଥିଲେ।
ଆଇନଶୃଙ୍ଖଳାକୁ ନେଇ ଭାଜପାର ଆକ୍ରମଣାତ୍ମକ ଆଚରଣ ଦେଖି କଂଗ୍ରେସ ମଧ୍ୟ ଏ ସୁଯୋଗକୁ ହାତଛଡ଼ା କରି ନ ଥିଲା। ବିଧାୟକ ଦଳ ନେତା ନରସିଂହ ମିଶ୍ର୍ର ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ। ସେ କହିଥିଲେ, ରାଜ୍ୟରେ ଜଙ୍ଗଲରାଜ ଚାଲିଛି।
ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଦିନକୁ ଦିନ ଏହା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏ ବିଷୟରେ ଗୃହ ବିଭାଗକୁ ଉତ୍ତର ଦେବାକୁ ପଡ଼ିବ। ନିକଟରେ ପୁରୀରେ ୧୦ହଜାର ପୋଲିସ ଫୋର୍ସ ରଥଯାତ୍ରା ଡ୍ୟୁଟି କରୁଥିବାବେଳେ ବସ୍‌ରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଗଲା। ପୁରୀ ନିକଟସ୍ଥ ପଟ୍ଟନାୟିକିଆଠାରେ ୩ ଜଣଙ୍କୁ ଅପରାଧୀମାନେ ହତ୍ୟା କରିଛନ୍ତି। ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରାଯାଇଛି। ଏହା ବିରୋଧରେ ସ୍ବାସ୍ଥ୍ୟକର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଥିଲେ। ରାଜ୍ୟରେ ଡାକ୍ତର ଓ ସମ୍ପୃକ୍ତ କର୍ମଚାରୀମାନେ ନିରାପଦରେ ନାହାନ୍ତି। ୨୦୧୭ରେ ୨୨୨୧ଟି ବଳାତ୍କାର ଘଟଣା ଘଟିଥିବା ବେଳେ ୨୦୧୮ରେ ୨୫୦୨ଟି ବଳାତ୍କାର ଘଟଣା ହୋଇଛି। ଅପରାଧ ସଂଖ୍ୟା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଛି। ସରକାର ରାଜ୍ୟରେ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା କାରଣରୁ ଏଭଳି ଘଟଣା ବଢ଼ି ଚାଲିଛି। ଅପରାଧୀଙ୍କର ପୋଲିସ ପ୍ରଶାସନ ପ୍ରତି ଆଦୌ ଡର ଭୟ ନାହିଁ। ଭୋଟ ସମୟରେ ଅପରାଧୀମାନେ ଖୋଲାଖୋଲି ଭାବେ ବୁଥ୍‌ରେ ଆସି ମତଦାତାଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଥିଲା। ଏ ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଅଣାଯାଇଥିଲା। କମିଶନ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ବଲାଙ୍ଗୀର ଜିଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଲେ ନାହିଁ। ଏହା ଅତ୍ୟନ୍ତ ସାଂଘାତିକ ବିଷୟ ହୋଇଥିବାରୁ ଗୃହରେ ଆଲୋଚନା ହେବା ଦରକାର। ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉ ସେ ଗୃହରେ ଆସି ବିବୃତି ଦିଅନ୍ତୁ ବୋଲି ନରସିଂହ ଦାବି କରିଥିଲେ। ଏହି ସମୟରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ରମେଶ ଜେନା, ମହମ୍ମଦ ମୋକିମ୍‌ ଓ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ନେଇ ଗୃହରେ ବିବୃତି ଦିଅନ୍ତୁ ବୋଲି ଦାବି କରିଥିଲେ। ବାଚସ୍ପତି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ‘ମୁଖ୍ୟମନ୍ତ୍ରୀ ଗୃହରେ ବିବୃତିି ଦେବା ଆମର ଦାବି, ସରକାର ତୁମେ ମାନିନିଅ, ମାନିନିଅ’ ଏଭଳି ସ୍ଲୋଗାନ ଦେଇ ଗୃହ ମଧ୍ୟରେ ପ୍ରବଳ ହୋ ହଲ୍ଲା କରିଥିଲେ। ବିରୋଧୀ ଦଳଙ୍କ ପ୍ରଚଣ୍ଡ ଆକ୍ରମଣକୁ ଦେଖି ବାଚସ୍ପତି ଏ ସମ୍ପର୍କରେ ଗୃହରେ ବିବୃତି ଦେବା ଲାଗି ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଦସ୍ୟମାନେ ଏହାକୁ ମାନି ନ ଥିଲେ। ମୁଖ୍ୟମନ୍ତ୍ରୀ ଗୃହରେ ଆଇନଶୃଙ୍ଖଳାକୁ ନେଇ ବିବୃତି ଦିଅନ୍ତୁ। ନଚେତ ଗୃହ ଚଳାଇଦେବୁ ନାହିଁ। ପ୍ରବଳ ହଟ୍ଟଗୋଳକୁ ଦେଖି ବାଚସ୍ପତି ୧୧ ଟା ୫୬ମିନିଟ୍‌ରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ସେହି ପ୍ରସଙ୍ଗକୁ ନେଇ ପୁଣି ହଟ୍ଟଗୋଳ ହୋଇଥିଲା। ବାଚସ୍ପତି ଗୃହକୁ ୩ଟା ୫ ମିନିଟରୁ ୩ଟା ୨୬ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ବିରୋଧୀ ଅଡି ବସିଲେ। ବାଚସ୍ପତି ଆସନ୍ତା ଦୁଇ ଦିନ ମଧ୍ୟରେ ଏ ନେଇ ନିଷ୍ପତ୍ତି ନେବେ ବୋଲି ବିରୋଧୀଙ୍କୁ ଆଶ୍ୱାସନା ଦେବା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri