ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି, ଡକାୟତି ସୀମା ସରହଦ ପାର କଲାଣି। ରବିବାର ୩୧୬ ନମ୍ବର ଜାତୀୟ ରାଜପଥ ପଟ୍ଟନାୟିକିଆ ଛକରେ ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ରାଜ୍ୟର ଆଇନଶୃଙ୍ଖଳାକୁ ପଦାରେ ପକାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ତୁରନ୍ତ ବିବୃତି ଦିଅନ୍ତୁ। ଏଭଳି ଦାବି କରି ବିରୋଧୀ କଂଗ୍ରେସ ଏବଂ ଭାଜପା ସଦସ୍ୟମାନେ ବିଧାନସଭାକୁ ହୁଲସ୍ଥୂଲ କରିଛନ୍ତି। ସରକାର ଏ ନେଇ ଜବାବ ନ ଦେବା ଯାଏ ଗୃହ ଚଳାଇ ଦେବୁନାହିଁ । ଗୃହରେ କୌଣସି ଆଲୋଚନା ହୋଇପାରିବ ନାହିଁ। ଏଭଳି ଜିଦ୍‌ରେ ଅଡ଼ିବସି ବିରୋଧୀ ସଦସ୍ୟମାନେ ସୋମବାର ଗୃହକୁ ନିଜ କବ୍‌ଜାକୁ ନେଇଯାଇଥିଲେ। ଫଳରେ ଗୃହରେ କୌଣସି କାର୍ଯ୍ୟକ୍ରମ ଅପରାହ୍ନ ସାଢେ ୩ଟା ଯାଏ ହୋଇପାରି ନ ଥିଲା। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। ବିରୋଧୀଙ୍କୁ ଶାନ୍ତ କରିବା ଏବଂ ଗୃହକୁ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଆଣିବା ଲାଗି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଥିଲେ।
ଦୁଇ ଦିନ ଛୁଟି ପରେ ସୋମବାର ୧୦ଟା ୩୦ମିନିଟ୍‌ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଭାଜପା ସଦସ୍ୟମାନେ ନିଜ ସିଟ୍‌ ନିକଟରେ ଛିଡ଼ା ହୋଇ ପଟ୍ଟନାୟିକିଆ ଛକରେ ହୋଇଥିବା ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ରାଜ୍ୟର ଆଇନଶୃଙ୍ଖଳା ବିଷୟରେ ଆଲୋଚନା କରାଯାଉ ବୋଲି ଦାବି କରି ପାଟିତୁଣ୍ଡ କରିଥିଲେ। ଏପରିକି ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଆପଣମାନେ ଉଠାଇପାରିବେ ବୋଲି ବାଚସ୍ପତି ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଭାଜପା ସଦସ୍ୟମାନେ ବାଚସ୍ପତିଙ୍କ ଏହି ଅନୁରୋଧକୁ ଏଡ଼ାଇ ଦେଇଥିଲେ ଏବଂ ଆଲୋଚନା ପାଇଁ ଅଡ଼ି ବସିଥିଲେ। ଗୃହରେ ପ୍ରବଳ ହଟ୍ଟଗୋଳ ୩ ମିନିଟ୍‌ ଧରି ଚାଲିଥିଲା। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରି ନ ପାରି ୧୦ ଟା ୩୩ରୁ ୧୦ଟା ୪୩ ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରିସ୍ଥିତିରେ ସୁଧାର ନ ଆସିବାରୁ ପୁଣି ଗୃହକୁ ୧୧ ଟା ୩୦ ଯାଏ ମୁଲତବୀ କରାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ କହିବା ଲାଗି ଅନୁମତି ଦେଇଥିଲେ। ବିରୋଧୀ ଦଳ ନେତା ରାଜ୍ୟରେ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ କହିଥିଲେ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଆମେ ବିରୋଧ କରୁନାହୁଁ। କିନ୍ତୁ ରବିବାର ତିନି ଭାଇଙ୍କୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଗଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଘଟଣାସ୍ଥଳ ନିକଟରେ ୪ ପ୍ଲାଟୁନ୍‌ ପୋଲିସ ଥାଇ ମଧ୍ୟ ଏଭଳି ଅପରାଧ ଘଟିଛି। ରାଜ୍ୟରେ ଅପରାଧୀ ରାଜ୍‌ ବୃଦ୍ଧି ପାଇଛି। କଣାସ ବ୍ଲକର ଗଡ଼ିଶାଗୋଦା ଗ୍ରାମରେ ଗୋଟିଏ ପରିବାରକୁ ବାସନ୍ଦ କରାଗଲା। ଆମକୁ ଭୋଟ ଦେଲ ନାହିଁ। ତେଣୁ ତୁମକୁ ଆମେ ବାସନ୍ଦ କରିବୁ। ଏଭଳି ଅବସ୍ଥା ରାଜ୍ୟରେ ସୃଷ୍ଟି ହୋଇଛି। ଥାନାରେ ଅଭିଯୋଗ କଲେ ମଧ୍ୟ ମାମଲା ରୁଜୁ ହେଉନାହିଁ। ସେହିପରି ବାଲେଶ୍ୱର ଥାନା ନିକଟରେ ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ଅବାଧରେ ବିକ୍ରି ଚାଲିଛି। ସୁନ୍ଦରଗଡ଼ ହେମଗିରି ଥାନା ବଣିକା ଫାଣ୍ଡି ଅନ୍ତର୍ଗତ ଏକ ଗାଁରେ ଗଣ୍ଡଗୋଳକୁ ନେଇ ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ ଆସିଲା ନାହିଁ। ଲୋକମାନେ ଥାନାରେ ଗଣ୍ଡଗୋଳ କରିବାରୁ ରାତି ୧୨ଟାରେ ଗାଁରେ ପଶି ଜଣେ ଗର୍ଭବତୀଙ୍କୁ ପୋଲିସ ନିର୍ଧୂମ ପିଟିଛି। ପାଇକମାଳ ଓ ପୁରୀ ଜିଲାର ପିପିଲି ଭଳି ଅନେକ ଘଟଣା ରାଜ୍ୟରେ ଘଟୁଛି। ଏ ସମସ୍ତ ବିଷୟ ଗୃହରେ ଆଲୋଚନା ହେବା ଦରକାର। ବାଚସ୍ପତି ରୁଲିଂ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ସେ ଦାବି କରିଥିଲେ।
ଆଇନଶୃଙ୍ଖଳାକୁ ନେଇ ଭାଜପାର ଆକ୍ରମଣାତ୍ମକ ଆଚରଣ ଦେଖି କଂଗ୍ରେସ ମଧ୍ୟ ଏ ସୁଯୋଗକୁ ହାତଛଡ଼ା କରି ନ ଥିଲା। ବିଧାୟକ ଦଳ ନେତା ନରସିଂହ ମିଶ୍ର୍ର ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ। ସେ କହିଥିଲେ, ରାଜ୍ୟରେ ଜଙ୍ଗଲରାଜ ଚାଲିଛି।
ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଦିନକୁ ଦିନ ଏହା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏ ବିଷୟରେ ଗୃହ ବିଭାଗକୁ ଉତ୍ତର ଦେବାକୁ ପଡ଼ିବ। ନିକଟରେ ପୁରୀରେ ୧୦ହଜାର ପୋଲିସ ଫୋର୍ସ ରଥଯାତ୍ରା ଡ୍ୟୁଟି କରୁଥିବାବେଳେ ବସ୍‌ରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଗଲା। ପୁରୀ ନିକଟସ୍ଥ ପଟ୍ଟନାୟିକିଆଠାରେ ୩ ଜଣଙ୍କୁ ଅପରାଧୀମାନେ ହତ୍ୟା କରିଛନ୍ତି। ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରାଯାଇଛି। ଏହା ବିରୋଧରେ ସ୍ବାସ୍ଥ୍ୟକର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଥିଲେ। ରାଜ୍ୟରେ ଡାକ୍ତର ଓ ସମ୍ପୃକ୍ତ କର୍ମଚାରୀମାନେ ନିରାପଦରେ ନାହାନ୍ତି। ୨୦୧୭ରେ ୨୨୨୧ଟି ବଳାତ୍କାର ଘଟଣା ଘଟିଥିବା ବେଳେ ୨୦୧୮ରେ ୨୫୦୨ଟି ବଳାତ୍କାର ଘଟଣା ହୋଇଛି। ଅପରାଧ ସଂଖ୍ୟା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଛି। ସରକାର ରାଜ୍ୟରେ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା କାରଣରୁ ଏଭଳି ଘଟଣା ବଢ଼ି ଚାଲିଛି। ଅପରାଧୀଙ୍କର ପୋଲିସ ପ୍ରଶାସନ ପ୍ରତି ଆଦୌ ଡର ଭୟ ନାହିଁ। ଭୋଟ ସମୟରେ ଅପରାଧୀମାନେ ଖୋଲାଖୋଲି ଭାବେ ବୁଥ୍‌ରେ ଆସି ମତଦାତାଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଥିଲା। ଏ ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଅଣାଯାଇଥିଲା। କମିଶନ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ବଲାଙ୍ଗୀର ଜିଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଲେ ନାହିଁ। ଏହା ଅତ୍ୟନ୍ତ ସାଂଘାତିକ ବିଷୟ ହୋଇଥିବାରୁ ଗୃହରେ ଆଲୋଚନା ହେବା ଦରକାର। ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉ ସେ ଗୃହରେ ଆସି ବିବୃତି ଦିଅନ୍ତୁ ବୋଲି ନରସିଂହ ଦାବି କରିଥିଲେ। ଏହି ସମୟରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ରମେଶ ଜେନା, ମହମ୍ମଦ ମୋକିମ୍‌ ଓ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ନେଇ ଗୃହରେ ବିବୃତି ଦିଅନ୍ତୁ ବୋଲି ଦାବି କରିଥିଲେ। ବାଚସ୍ପତି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ‘ମୁଖ୍ୟମନ୍ତ୍ରୀ ଗୃହରେ ବିବୃତିି ଦେବା ଆମର ଦାବି, ସରକାର ତୁମେ ମାନିନିଅ, ମାନିନିଅ’ ଏଭଳି ସ୍ଲୋଗାନ ଦେଇ ଗୃହ ମଧ୍ୟରେ ପ୍ରବଳ ହୋ ହଲ୍ଲା କରିଥିଲେ। ବିରୋଧୀ ଦଳଙ୍କ ପ୍ରଚଣ୍ଡ ଆକ୍ରମଣକୁ ଦେଖି ବାଚସ୍ପତି ଏ ସମ୍ପର୍କରେ ଗୃହରେ ବିବୃତି ଦେବା ଲାଗି ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଦସ୍ୟମାନେ ଏହାକୁ ମାନି ନ ଥିଲେ। ମୁଖ୍ୟମନ୍ତ୍ରୀ ଗୃହରେ ଆଇନଶୃଙ୍ଖଳାକୁ ନେଇ ବିବୃତି ଦିଅନ୍ତୁ। ନଚେତ ଗୃହ ଚଳାଇଦେବୁ ନାହିଁ। ପ୍ରବଳ ହଟ୍ଟଗୋଳକୁ ଦେଖି ବାଚସ୍ପତି ୧୧ ଟା ୫୬ମିନିଟ୍‌ରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ସେହି ପ୍ରସଙ୍ଗକୁ ନେଇ ପୁଣି ହଟ୍ଟଗୋଳ ହୋଇଥିଲା। ବାଚସ୍ପତି ଗୃହକୁ ୩ଟା ୫ ମିନିଟରୁ ୩ଟା ୨୬ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ବିରୋଧୀ ଅଡି ବସିଲେ। ବାଚସ୍ପତି ଆସନ୍ତା ଦୁଇ ଦିନ ମଧ୍ୟରେ ଏ ନେଇ ନିଷ୍ପତ୍ତି ନେବେ ବୋଲି ବିରୋଧୀଙ୍କୁ ଆଶ୍ୱାସନା ଦେବା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri