Categories: ଜାତୀୟ

ରାଜ୍ୟପାଳ ହେବା ଖବର ମିଛ: ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୧୧।୬: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ ହେବା ଖବରକୁ ଖଣ୍ଡନ କରିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ନିଜ ଟୁଇଟରରେ ସୁଷମା ଆନ୍ଧ୍ର ରାଜ୍ୟପାଳ ହେବା କଥା କହିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାଇଚି ସମୟ ପରେ ସୁଷମା ଟୁଇଟ୍‌ କରି ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ହର୍ଷବର୍ଦ୍ଧନ ମଧ୍ୟ ନିଜ ଟୁଇଟକୁ ଆକାଉଣ୍ଟରୁ ହଟାଇ ଦେଇଛନ୍ତି। ସୂଚନାଯୋଗ୍ୟ, ମୋଦିଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ ସୁଷମାଙ୍କୁ ଏଥର ସ୍ଥାନ ମିଳିନାହିଁ।

Share