Categories: ଜାତୀୟ

ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ସ୍ବୀକାର କଲେ ରାହୁଲ: କହିଲେ, ସ୍ବତନ୍ତ୍ର ବିମାନ ବଦଳରେ ଲୋକଙ୍କୁ ଭେଟିବାକୁ ମିଳୁ ଅନୁମତି

ନୂଆଦିଲ୍ଲୀ,୧୩।୮: ଜମ୍ମୁ-କଶ୍ମୀରର ପ୍ରକୃତ ପରିସ୍ଥିତି ଜାଣିବା ପାଇଁ ରାଜ୍ୟପାଳ ସତ୍ୟପାଲ ମଲିକ ଦେଇଥିବା ନିମନ୍ତ୍ରଣକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ବୀକାର କରିଛନ୍ତି। ଏଥିସହ ସେ କହିଛନ୍ତି, ଘାଟିକୁ ଯିବା ପାଇଁ ସ୍ବତନ୍ତ୍ର ବିମାନ ଦରକାର ନାହିଁ ବରଂ ଏହା ବଦଳରେ ସେଠାରେ ସ୍ବାଧୀନତାର ସହ ବୁଲିବାକୁ ଓ ସାଧାରଣ ଲୋକଙ୍କ ସହ କଥା ହେବାକୁ ଅନୁମତି ଦିଆଯାଉ। ଏନେଇ ରାହୁଲ ଗାନ୍ଧୀ ମଙ୍ଗଳବାର ଟୁଇଟ କରି ରାଜ୍ୟପାଳଙ୍କୁ ଜଣାଇଛନ୍ତି। ସେ ଲେଖିଛନ୍ତି, ଆଦରଣୀୟ ରାଜ୍ୟପାଳ ମଲିକଙ୍କ ନିମନ୍ତ୍ରଣ ରକ୍ଷା କରି ବିରୋଧୀ ଦଳର ନେତାମାନଙ୍କ ଏକ ପ୍ରତିନିଧିମଣ୍ଡଳୀଙ୍କ ସହ ଜମ୍ମୁ ଓ କଶ୍ମୀର ଓ ଲଦାଖ ନିଶ୍ଚିତ ଯିବେ। ଏଥିପାଇଁ ବିମାନ ଦରକାର ନାହିଁ, ସେଠାକୁ ଯିବାକୁ ଓ ଲୋକଙ୍କ ସହ ସାକ୍ଷାତ କରିବାକୁ ତାଙ୍କୁ ସ୍ବତନ୍ତ୍ରତା ଦିଆଯାଉ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ଘାଟିରେ ହିଂସା ହେଉଥିବାର ଖବର ରହିଛି ବୋଲି ରାହୁଲ କହିଥିଲେ। ଏହାର ଜବାବରେ ରାଜ୍ୟପାଳ ରାହୁଲଙ୍କୁ ଜମ୍ମୁ-କାଶ୍ମୀର ଆସି ସ୍ଥିତି ପରଖିବାକୁ କହିଥିଲେ। ଆଉ ଏଥିପାଇଁ ସେ ତାଙ୍କ ପାଖକୁ ଏକ ସ୍ବତନ୍ତ୍ର ବିମାନ ପଠାଇବେ ବୋଲି ରାଜ୍ୟପାଳ କହିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଛି।

Share