Posted inଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ସିଙ୍ଗଲ୍ସ ଇଭେଣ୍ଟର ମୁଖ୍ୟ ଡ୍ର’ରେ ଭାରତର ୨୪

କଟକ ଅଫିସ,୨୧ା୭- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ସିଙ୍ଗଲ୍ସ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଇଛି। ଆୟୋଜକ ଭାରତର ମୋଟ ୨୪ଜଣ ଖେଳାଳି ମୁଖ୍ୟ ଡ୍ର’କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିମଧ୍ୟରୁ ୮ଜଣ ସିଡେଡ୍‌ ଖେଳାଳି ସିଧାସଳଖ ମୁଖ୍ୟ ଡ୍ର’ରେ ସାମିଲ ହୋଇଥିବା ବେଳେ ୧୬ଜଣ ବିଜୟୀ ହୋଇ ଯୋଗ୍ୟତା ହାସଲ କରିଛନ୍ତି। ପୂଜା ସହସ୍ରବୁଦ୍ଧି, ରୀଥ ସିୟା, ସୁରଭି ପଟୱାରୀ ଭଳି ପ୍ରମୁଖ ଖେଳାଳି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ପରାଜୟବରଣ କରି ଭାରତ ପାଇଁ ନିରାଶାଜନକ ସ୍ଥିତି ସୃଷ୍ଟି କରିଛନ୍ତି। କିନ୍ତୁ ଡବଲ୍ସ ଇଭେଣ୍ଟରେ ଏମାନଙ୍କ ପାଇଁ ଏବେ ବି ସୁଯୋଗ ରହିଛି। ରୀଥ ସିୟା ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାର ଚାମଥସାରାଙ୍କୁ ୧୧-୪, ୧୧-୭, ୧୧-୯ ଗେମରେ ପରାସ୍ତ କରିଥିଲେ। ମାତ୍ର ଦ୍ୱିତୀୟ ଗେମରେ ସିଙ୍ଗାପୁରର ଜୋଇ ଲିମଙ୍କଠାରୁ ୧୧-୯, ୧୦-୧୨, ୧୧-୭, ୯-୧୧, ୧୩-୧୫ରେ ପରାସ୍ତ ହୋଇଥିଲେ। ସେହିପରି ପୂଜା ସହସ୍ରବୁଦ୍ଧି ସ୍କଟଲ୍ୟାଣ୍ଡର ଲାରା ଷ୍ଟ୍ରିରଲିଂଙ୍କୁ ୧୧-୫, ୧୧-୮, ୧୧-୮ରେ ହରାଇଥିବା ବେଳେ ନାଇଜେରିଆର ଆଜୋକ ଓଜୋମୁଙ୍କ ଠାରୁ ୬-୧୧, ୭-୧୧, ୧୧-୧୩ରେ ଓ ସିଙ୍ଗାପୁରର ଟ୍ୟାନଲିନ ଜେସିଙ୍କ ଠାରୁ ୩-୧୧, ୧୩-୧୧, ୫-୧୧, ୧୨-୧୦, ୭-୧୧ ଗେମରେ ପରାସ୍ତ ହୋଇଥିଲେ। ସୂରଭି ପଟୱାର ମାଲେସିଆ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ସିଙ୍ଗାପୁରର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ଯୋଗ୍ୟତା ହାସଲ କରିଥିବା ଖେଳାଳିମାନେ ହେଲେ ସାନିଲ ସେଠୀ, ସୁସ୍ମିତ ଶର୍ମା, ମାନୁଷ ସାହା, ଜିତ ଚନ୍ଦ୍ର, ରୋନିତ ଭଞ୍ଜ, ସୁଧାଂଶୁ ଗ୍ରୋଭର, କ୍ରୀତିକା ସିହ୍ନା ରୟ, ସୁତୀର୍ଥ ମୁଖାର୍ଜୀ, ଶ୍ରୀଜା ଆକୁଲା, ମୌସୁମୀ ପଲ, ପ୍ରପତି ସେନ, ଏସ୍‌.ଶୈଳନ୍ଦୀପତି, ଦିବ୍ୟା ଦେଶପାଣ୍ଡେ, ସାଗରିକା ମୁଖାର୍ଜୀ ଓ କେ. ଅନୁଶା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି…

T20 ବିଶ୍ୱକପର ସୁପର-୮ ନିୟମକୁ ନେଇ ହେଲାଣି ହଙ୍ଗାମା, ସମାଲୋଚକଙ୍କୁ ଉପଯୁକ୍ତ ଜବାବ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ‘ସୁପର ୮’ ଗ୍ରୁପ ପ୍ରକାଶ ପାଇବା ମାତ୍ରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ଲୋକମାନେ ଆଇସିସିର ନିୟମ…

ବିମାନ ବନ୍ଦରରେ ଏମିତି କିଛି କଥା କହିଲେ ଅନୁଷ୍କା, ହସ ରୋକି ପାରିଲେନି ବିରାଟ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବର୍ତ୍ତମାନ ଭାରତରେ ଅଛନ୍ତି। ସେମାନଙ୍କ ଗସ୍ତ ସମୟରେ, ସେମାନେ ପ୍ରେମାନନ୍ଦ ମହାରାଜ ଜୀଙ୍କ ଆଶ୍ରମ ପରିଦର୍ଶନ…

ଫସିଗଲା ପାକିସ୍ତାନ: ପ୍ରଥମ ମ୍ୟାଚ୍‌ ବାତିଲ, ସେମିଫାଇନାଲ ଖେଳିବା ଏକପ୍ରକାର ମୁସ୍କିଲ? କିଛି ଏମିତି…  

କଲମ୍ବୋ,୨୨।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ଗ୍ରୁପ-୨ ରେ ଥିବା ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଲମ୍ବୋର…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri