Posted inଖେଳ

ରାଜ୍ୟଗୋଷ୍ଠୀ ଟିଟି: ଆସିବନି ପାକିସ୍ତାନ

କଟକ ଅଫିସ,୧୬ା୭- ବୁଧବାରଠାରୁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ୨୧ତମ ସଂସ୍କରଣରୁ ଏବେ ସୁଦ୍ଧା ୫ ଦଳ ବାଦ ପଡ଼ି ସାରିଲେଣି । ପୂର୍ବରୁ ଉଗାଣ୍ଡା ଓ ଜର୍ସି ଭିଜା ଜନିତ ସମସ୍ୟା ଦର୍ଶାଇ ଯୋଗ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ସୋମବାର ଆଉ ୩ ରାଷ୍ଟ୍ର ଯୋଗ ଦେବେ ନାହିଁ ବୋଲି ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆକୁ ଦର୍ଶାଇଛନ୍ତି। ଏହି ୩ ରାଷ୍ଟ୍ର ହେଲା ଘାନା, ଗୁୟାନା ଓ ପାକିସ୍ତାନ । ପାକିସ୍ତାନ ଆସିବ ନା ନାହିଁ ତାହାକୁ ନେଇ ରାଜ୍ୟ କ୍ରୀଡ଼ା ବିଭାଗ, କଟକ ଜିଲା ପ୍ରଶାସନ ଓ ପୋଲିସ ବିଭାଗ ଦୋଛକିରେ ଥିଲେ। ପାକିସ୍ତାନ ଦଳକୁ ବିଶେଷ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବା ନେଇ ଯୋଜନା ମଧ୍ୟ ରହିଥିଲା। ଏପରିକି ପାକିସ୍ତାନ ଦଳର ଜାତୀୟ ପତାକା ମଧ୍ୟ ଷ୍ଟାଡିୟମ ସମ୍ମୁଖରେ ଲଗା ସରିଛି। ହେଲେ ଏହି ଟୁର୍ନାମେଣ୍ଟରେ ପାକିସ୍ତାନର ଭାଗ ନେବା ଆଶା ସମାପ୍ତ ହୋଇଛି। ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ଚୂଡ଼ାନ୍ତ ଦଳ ତାଲିକା ହେଉଛି, ଭାରତ, ଅଷ୍ଟ୍ରେଲିଆ, ବାଲାଂଦେଶ, ସାଇପ୍ରସ, ଇଂଲଣ୍ଡ, ମାଲେସିଆ, ଶ୍ରୀଲଙ୍କା, ନାଇଜେରିଆ, ସ୍କଟଲ୍ୟାଣ୍ଡ, ଦକ୍ଷିଣଆଫ୍ରିକା, ସିଙ୍ଗାପୁର ଓ ୱେଲସ ।
ଆଜି ପହଞ୍ଚିବେ ଭାରତୀୟ ଖେଳାଳି-
ଭାରତୀୟ ଦଳ ଏକ ସଙ୍ଗରେ ଆସୁନାହିଁ । ଖେଳାଳିମାନେ ଭିନ୍ନ ଭିନ୍ନ ବିମାନ ଯୋଗେ ଭିନ୍ନଭିନ୍ନ ସ୍ଥାନରୁ ଆସୁଛନ୍ତି । କେତେକ ଖେଳାଳି ବିଦେଶରେ ହେଉଥିବା ଟୁର୍ନାମେଣ୍ଟରେ ମଧ୍ୟ ଭାଗ ନେବାକୁ ଯାଇଥିବା ଜଣାପଡ଼ିଛି । ତେବେ ଭାରତୀୟ ଦଳର ମାନଭ ଠାକର, ଅର୍ଚ୍ଚନା କାମଥ, ମନିକା ବାତ୍ରା ଓ ଶରଥ କମଲ ମଙ୍ଗଳବାର ପୂର୍ବାହ୍ନ ୯.୧୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ଅନ୍ୟଖେଳାଳିମାନେ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭୁବନେଶ୍ୱରେ ପହଞ୍ଚିବେ ବୋଲି ରାଜ୍ୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ପହଞ୍ଚିଲେ ୱେଲସ, ଦକ୍ଷିଣଆଫ୍ରିକା-
ୱେଲସ ଓ ଦକ୍ଷିଣଆଫ୍ରିକା ପ୍ରଥମ ଦୁଇ ରାଷ୍ଟ୍ର ଭାବେ ଉକ୍ତ ଟୁର୍ନାମେଣ୍ଟ ନିମନ୍ତେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ମାଲେସିଆ ମଧ୍ୟ ସୋମବାର ବିଳମ୍ବିତ ରାତିରେ ପହଞ୍ଚିବେ ବୋଲି ସ୍ଥିର କରାଯାଇଥିଲା । ବାଲାଂଦେଶ, ସ୍କଟଲାଣ୍ଡ, ସିଙ୍ଗାପୁର ଓ ଶ୍ରୀଲଙ୍କା ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିବେ । ଅନ୍ୟ ପକ୍ଷରେ ମ୍ୟାଚ ଅଫିସିଆଲ ଓ ରେଫରୀମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି ।
ଖୋଲିଲା ବକ୍ସ ଅଫିସ, ୧୩ଟି ସ୍ଥାନରେ ଅଫଲାଇନ ଟିକେଟ-
ସୋମବାର ସକାଳୁ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ସମ୍ମୁଖରେ ବକ୍ସ ଅଫିସ ଖୋଲାଯାଇଛି । ଅନଲାଇନ ଯୋଗେ ଟିକେଟ ବୁକ କରିଥିବା କ୍ରୀଡ଼ାପ୍ରେମୀ ଏଠାରୁ ଟିକେଟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଅଫଲାଇନରେ ସହରରେ ୧୩ଟି ସ୍ଥାନରେ ଟିକେଟ ବିକ୍ରି ମଧ୍ୟ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏହି ସ୍ଥାନ ଗୁଡ଼ିକ ହେଲା ଝୋଲା ସାହିର ଆକର୍ଷଣ ମୋବାଇଲ ଷ୍ଟୋର, ଦୋଳ ମୁଣ୍ଡାଇ ଗ୍ରାଣ୍ଡ ହଲ, ବକ୍ସି ବଜାର ସିଟି ପଏଣ୍ଟ, ସିଏମସି କାର୍ଯ୍ୟାଳୟ ସ୍ଥିତ ରିଫ୍ରେସମେଣ୍ଟ ପଏଣ୍ଟ, ବାରବାଟୀ ଷ୍ଟାଡିୟମ ନିକଟସ୍ଥ ରକ୍ସ ମୋବାଇଲ ସେଣ୍ଟର, ପ୍ୟାରୀମୋହନ ଏକାଡେମୀ ନିକଟ ଫାଇଭ ପ୍ଲେଭର୍ସ, ଦରଘାବଜାର ସ୍ଥିତ ଫ୍ୟାବ ଗିଫ୍ଟ ସପ, ବିଗ ବଜାର ଇଓର୍ସ ଫେଭରାଇଟ, ତିନିକୋଣିଆ ବଗିଚା ମୋବାଇଲ ୱାର୍ଲଡ, ହାତୀପୋଖରୀର ରକି ବିଟଲ ସପ, ସ୍ବସ୍ତିକ ସେଣ୍ଟର ପାଖ ସିଏମସି ଓମଫେଡ ପାର୍ଲର, ବାଉଁଶଗଳି ସ୍ଥିତ ଉର୍ଦ୍ଧ୍ୱୁ ବୁକ ଷ୍ଟୋର ଠାରେ ଟିକେଟ ବିକ୍ରି କରାଯାଉଛି। ଟିକେଟର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ କରିୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri