Posted inଖେଳ

ରାଜ୍ୟଗୋଷ୍ଠୀ ଟିଟି: ଆସିବନି ପାକିସ୍ତାନ

କଟକ ଅଫିସ,୧୬ା୭- ବୁଧବାରଠାରୁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ୨୧ତମ ସଂସ୍କରଣରୁ ଏବେ ସୁଦ୍ଧା ୫ ଦଳ ବାଦ ପଡ଼ି ସାରିଲେଣି । ପୂର୍ବରୁ ଉଗାଣ୍ଡା ଓ ଜର୍ସି ଭିଜା ଜନିତ ସମସ୍ୟା ଦର୍ଶାଇ ଯୋଗ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ସୋମବାର ଆଉ ୩ ରାଷ୍ଟ୍ର ଯୋଗ ଦେବେ ନାହିଁ ବୋଲି ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆକୁ ଦର୍ଶାଇଛନ୍ତି। ଏହି ୩ ରାଷ୍ଟ୍ର ହେଲା ଘାନା, ଗୁୟାନା ଓ ପାକିସ୍ତାନ । ପାକିସ୍ତାନ ଆସିବ ନା ନାହିଁ ତାହାକୁ ନେଇ ରାଜ୍ୟ କ୍ରୀଡ଼ା ବିଭାଗ, କଟକ ଜିଲା ପ୍ରଶାସନ ଓ ପୋଲିସ ବିଭାଗ ଦୋଛକିରେ ଥିଲେ। ପାକିସ୍ତାନ ଦଳକୁ ବିଶେଷ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବା ନେଇ ଯୋଜନା ମଧ୍ୟ ରହିଥିଲା। ଏପରିକି ପାକିସ୍ତାନ ଦଳର ଜାତୀୟ ପତାକା ମଧ୍ୟ ଷ୍ଟାଡିୟମ ସମ୍ମୁଖରେ ଲଗା ସରିଛି। ହେଲେ ଏହି ଟୁର୍ନାମେଣ୍ଟରେ ପାକିସ୍ତାନର ଭାଗ ନେବା ଆଶା ସମାପ୍ତ ହୋଇଛି। ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ଚୂଡ଼ାନ୍ତ ଦଳ ତାଲିକା ହେଉଛି, ଭାରତ, ଅଷ୍ଟ୍ରେଲିଆ, ବାଲାଂଦେଶ, ସାଇପ୍ରସ, ଇଂଲଣ୍ଡ, ମାଲେସିଆ, ଶ୍ରୀଲଙ୍କା, ନାଇଜେରିଆ, ସ୍କଟଲ୍ୟାଣ୍ଡ, ଦକ୍ଷିଣଆଫ୍ରିକା, ସିଙ୍ଗାପୁର ଓ ୱେଲସ ।
ଆଜି ପହଞ୍ଚିବେ ଭାରତୀୟ ଖେଳାଳି-
ଭାରତୀୟ ଦଳ ଏକ ସଙ୍ଗରେ ଆସୁନାହିଁ । ଖେଳାଳିମାନେ ଭିନ୍ନ ଭିନ୍ନ ବିମାନ ଯୋଗେ ଭିନ୍ନଭିନ୍ନ ସ୍ଥାନରୁ ଆସୁଛନ୍ତି । କେତେକ ଖେଳାଳି ବିଦେଶରେ ହେଉଥିବା ଟୁର୍ନାମେଣ୍ଟରେ ମଧ୍ୟ ଭାଗ ନେବାକୁ ଯାଇଥିବା ଜଣାପଡ଼ିଛି । ତେବେ ଭାରତୀୟ ଦଳର ମାନଭ ଠାକର, ଅର୍ଚ୍ଚନା କାମଥ, ମନିକା ବାତ୍ରା ଓ ଶରଥ କମଲ ମଙ୍ଗଳବାର ପୂର୍ବାହ୍ନ ୯.୧୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ଅନ୍ୟଖେଳାଳିମାନେ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭୁବନେଶ୍ୱରେ ପହଞ୍ଚିବେ ବୋଲି ରାଜ୍ୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ପହଞ୍ଚିଲେ ୱେଲସ, ଦକ୍ଷିଣଆଫ୍ରିକା-
ୱେଲସ ଓ ଦକ୍ଷିଣଆଫ୍ରିକା ପ୍ରଥମ ଦୁଇ ରାଷ୍ଟ୍ର ଭାବେ ଉକ୍ତ ଟୁର୍ନାମେଣ୍ଟ ନିମନ୍ତେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ମାଲେସିଆ ମଧ୍ୟ ସୋମବାର ବିଳମ୍ବିତ ରାତିରେ ପହଞ୍ଚିବେ ବୋଲି ସ୍ଥିର କରାଯାଇଥିଲା । ବାଲାଂଦେଶ, ସ୍କଟଲାଣ୍ଡ, ସିଙ୍ଗାପୁର ଓ ଶ୍ରୀଲଙ୍କା ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିବେ । ଅନ୍ୟ ପକ୍ଷରେ ମ୍ୟାଚ ଅଫିସିଆଲ ଓ ରେଫରୀମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି ।
ଖୋଲିଲା ବକ୍ସ ଅଫିସ, ୧୩ଟି ସ୍ଥାନରେ ଅଫଲାଇନ ଟିକେଟ-
ସୋମବାର ସକାଳୁ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ସମ୍ମୁଖରେ ବକ୍ସ ଅଫିସ ଖୋଲାଯାଇଛି । ଅନଲାଇନ ଯୋଗେ ଟିକେଟ ବୁକ କରିଥିବା କ୍ରୀଡ଼ାପ୍ରେମୀ ଏଠାରୁ ଟିକେଟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଅଫଲାଇନରେ ସହରରେ ୧୩ଟି ସ୍ଥାନରେ ଟିକେଟ ବିକ୍ରି ମଧ୍ୟ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏହି ସ୍ଥାନ ଗୁଡ଼ିକ ହେଲା ଝୋଲା ସାହିର ଆକର୍ଷଣ ମୋବାଇଲ ଷ୍ଟୋର, ଦୋଳ ମୁଣ୍ଡାଇ ଗ୍ରାଣ୍ଡ ହଲ, ବକ୍ସି ବଜାର ସିଟି ପଏଣ୍ଟ, ସିଏମସି କାର୍ଯ୍ୟାଳୟ ସ୍ଥିତ ରିଫ୍ରେସମେଣ୍ଟ ପଏଣ୍ଟ, ବାରବାଟୀ ଷ୍ଟାଡିୟମ ନିକଟସ୍ଥ ରକ୍ସ ମୋବାଇଲ ସେଣ୍ଟର, ପ୍ୟାରୀମୋହନ ଏକାଡେମୀ ନିକଟ ଫାଇଭ ପ୍ଲେଭର୍ସ, ଦରଘାବଜାର ସ୍ଥିତ ଫ୍ୟାବ ଗିଫ୍ଟ ସପ, ବିଗ ବଜାର ଇଓର୍ସ ଫେଭରାଇଟ, ତିନିକୋଣିଆ ବଗିଚା ମୋବାଇଲ ୱାର୍ଲଡ, ହାତୀପୋଖରୀର ରକି ବିଟଲ ସପ, ସ୍ବସ୍ତିକ ସେଣ୍ଟର ପାଖ ସିଏମସି ଓମଫେଡ ପାର୍ଲର, ବାଉଁଶଗଳି ସ୍ଥିତ ଉର୍ଦ୍ଧ୍ୱୁ ବୁକ ଷ୍ଟୋର ଠାରେ ଟିକେଟ ବିକ୍ରି କରାଯାଉଛି। ଟିକେଟର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ କରିୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri