ରାଜ୍ୟକୁ କେନ୍ଦ୍ରର ପରାମର୍ଶ: ଦରମାରେ ଖର୍ଚ୍ଚ ନ କରି ଜଙ୍ଗଲ ସୃଷ୍ଟି କର, କାମ୍ପା ପାଣ୍ଠିରେ ରାଜ୍ୟକୁ ମିଳିଲା ୫୯୩୪ କୋଟି

ଭୁବନେଶ୍ୱର, ୨୯।୮ (ବ୍ୟୁରୋ)-କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା(କାମ୍ପା) ପାଇଁ ଜାତୀୟ କ୍ଷତିପୂରକ ବନୀକରଣ ଜମା ରାଶିରୁ କେନ୍ଦ୍ର ସରକାର ଓଡିଶା ଅଂଶଧନ ୫୯୩୩.୯୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ପରିବେଶ ଭବନଠାରେ ଅନୁଷ୍ଠିତ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀମାନଙ୍କ ସମ୍ମିଳନୀରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ଅର୍ଥରାଶି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପ୍ରଦାନ କରିଛନ୍ତି। ଛତିଶଗଡକୁ ଏବାବଦରେ ୫୭୯୧.୭୦ କୋଟି ଟଙ୍କା ମିଳିଥିବା ବେଳେ ମଧ୍ୟପ୍ରଦଶେ ୫୧୯୬.୬୯ କୋଟି, ଝାଡଖଣ୍ଡ ୪୧୫୮.୦୨ କୋଟି ଏବଂ ମହାରାଷ୍ଟ୍ରକୁ ୩୮୪୪.୨୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡିଶାକୁ ଅନ୍ୟ ରାଜ୍ୟଗୁଡିକଠାରୁ ସର୍ବାଧିକ ଅର୍ଥ ମିଳିଛି। ତେବେ ଏହି ଅର୍ଥକୁ କର୍ମଚାରୀଙ୍କ ଦରମା, ଗସ୍ତ ଖର୍ଚ୍ଚ, ସ୍ବାସ୍ଥ୍ୟ ଭତ୍ତାରେ ଖର୍ଚ୍ଚ ନ କରି ନୂତନ ଜଙ୍ଗଲ ସୃଷ୍ଟି କରିବା, ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ସୃଷ୍ଟି, ନଦୀକୂଳରେ ବନୀକରଣ, ଜଙ୍ଗଲ ନିଆଁ ଲିଭାଇବା, ମୃତ୍ତିକା ସଂରକ୍ଷଣ କରିବା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।
ଜଙ୍ଗଲ ସୀମା ଓ ଆୟତ୍ତନ ଦୃଷ୍ଟିରୁ ଓଡିଶା ଦେଶର ଚତୁର୍ଥ ରାଜ୍ୟ। ବ୍ୟାପକ ବୃକ୍ଷ ରୋପଣ ଏବଂ ଜଙ୍ଗଲ ସଂରକ୍ଷଣ ପରିଚାଳନା ଯୋଗୁ ରାଜ୍ୟରେ ଜଙ୍ଗଲ ଆୟତ୍ତ ନ ବୃଦ୍ଧି ପାଇଛି। ଗତ ୨ ବର୍ଷ ମଧ୍ୟରେ ଓଡିଶାରେ ଜଙ୍ଗଲ ଅଞ୍ଚଳ ୮୮୫ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ଏହି ସମ୍ମିଳନୀରେ ଯୋଗ ଦେଇ ଆରୁଖ କହିଛନ୍ତି ଯେ କ୍ଷତିପୂରଣ ବନୀକରଣ ପାଣ୍ଠି ଉପଯୋଗ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟ। କାମ୍ପା ଯୋଜନାରେ ୨୦୦୯ରୁ ୨୦୧୭-୧୮ ପର୍ଯ୍ୟନ୍ତ ୯ଟି ବାର୍ଷିକ କାମ୍ପା ଯୋଜନାରେ ଓଡିଶାକୁ ସମୁଦାୟ ୨ ହଜାର ୬୪୪ କୋଟି ଟଙ୍କା ମିଳିଥିଲା। ରାଜ୍ୟ ସରକାର ସେଥିରୁ ୯୨ ପତିଶତ ଅର୍ଥାତ୍‌ ୨ ହଜାର ୬୦୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୯-୨୦ରେ କମ୍ପାରେ ରାଜ୍ୟକୁ ମୁଖ୍ୟତ ବନୀକରଣ, ବନ୍ୟଜନ୍ତୁ ପରିଚାଳନା, ସୁରକ୍ଷା, ଦକ୍ଷତା ବଅଦ୍ଧି ଏବଂ ଆନୁଷଙ୍ଗିକ ବ୍ୟୟ ବାବଦକୁ ଓଡିଶା ପାଇଁ ୫୯୨.୫୨ କୋଟି ଟଙ୍କାର ଅନୁଦାନ, ୩୮ କୋଯି ମୂଲ୍ୟରେ କାମ୍ପା କାପାସିଟି ବିଲ୍ଡିଂ ସେଣ୍ଟର ନିର୍ମାଣ ଅନୁମୋଦନ, କାମ୍ପାରେ ପ୍ରଦାନ କରାଯାଇଥିବା ଅନୁଦାନ ଅର୍ଥର ୨ ପ୍ରତିଶତ ପ୍ରଶଣାସନିକ ବ୍ୟୟ ପାଇଁ ଅନୁମତି ପ୍ରଦାନ କରିବାକୁ ମନ୍ତ୍ରୀ ଆରୁଖ ସମ୍ମିଳନୀରେ ଦାବି ଉପସ୍ଥାପନ କରିଛନ୍ତି। ଏହି ସମ୍ମିଳନୀରେ ଜଙ୍ଗଲ ଓ ପରିବେଶ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଏବଂ ମୁଖ୍ୟ ବନ୍ୟ ସଂରକ୍ଷକ ଉମା ନାନ୍ଦୁରୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri