Categories: ଜାତୀୟ

ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ନଳିନୀଙ୍କର ବଢିଲା ପାରୋଲ ଅବଧି

ଚେନ୍ନାଇ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନିଳିନୀଙ୍କୁ ମିଳିଥିବା ୧ମାସର ପାରୋଲ ଅବଧିକୁ ବଢାଇ ଦିଆଯାଇଛି। ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ନଳିନୀଙ୍କ ପାରୋଲ ଅବଧି ଆଉ ୩ ସପ୍ତାହ ବୃଦ୍ଧି କରାଯାଇଛି। ୨୫ ଜୁଲାଇରେ ଭେଲୋର ସେଣ୍ଟ୍ରାଲ ଜେଲ୍‌ରୁ ପାରୋଲରେ ଆସିବା ପରେ ଶ୍ରୀହରନ ସାଥୁବାଚାରିରେ ରହୁଥିଲେ। ଏହି ସମୟ ମଧ୍ୟରେ ସେ ତାଙ୍କ ଝିଅ ବାହାଘରର ସମସ୍ତ ପ୍ରସ୍ତୁତି କରିପାରି ନ ଥିବା ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ୨୭ ବର୍ଷ ଜେଲରେ ରହିଥିବା ନଳିନୀ ନିଜ ଝିଅ ବାହାଘର ପାଇଁ ୬ ମାସର ପାରୋଲ ଆବେଦନ କରିଥିଲେ। ହେଲେ ଆଇନ ଦୃଷ୍ଟିରୁ ତାଙ୍କୁ ୩୦ଦିନ ଅର୍ଥାତ୍‌ ୧ ମାସର ପାରୋଲ ମିଳିଥିଲା। ମେ ୨୧, ୧୯୯୧ରେ କାଚିପୁରମ ସ୍ଥିତ ଶ୍ରୀ ପେରୁଂବୁଦୁରଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତି ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ନଳିନୀଙ୍କ ଆଉ ୬ ସହଯୋଗୀ ଆଜୀବନ ଜେଲଦଣ୍ଡ ଭୋଗ କରୁଛନ୍ତି।

Share