ରାଜସ୍ବ ନିରୀକ୍ଷକଙ୍କ ବେଆଇନ ଗିରଫ ପ୍ରତିବାଦ : କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ କର୍ମଚାରୀ

ରଣପୁର,୧୬।୧୦(ଡି.ଏନ୍‌.ଏ.) : ନୟାଗଡ଼ ଜିଲା ରଣପୁର ତହସିଲର ସମସ୍ତ କର୍ମଚାରୀ ବୁଧବାର ସକାଳୁ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। ବେଆଇନ ଭାବେ ଲୋଧାଚୁଆ ରାଜସ୍ବ ନିରୀକ୍ଷକ ବିରୁପାକ୍ଷ ବିଶ୍ୱାଳଙ୍କୁ ଗିରଫ କରାଯାଇଛି। ତାଙ୍କୁ ତୁରନ୍ତ ଖଲାସ ଦାବିରେ ଧାରଣା ଜାରିରହିଛି।
ସୂଚନାଯୋଗ୍ୟ, ଏକ ଜମିଜମା ମାମଲାରେ ରଣପୁର ପୋଲିସ ଲୋଧାଚୁଆ ରାଜସ୍ବ ନିରୀକ୍ଷକ ବିରୁପାକ୍ଷ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏହାକୁ ବିରୋଧ କରି ତହସିଲର କର୍ମଚାରୀମାନେ ଧାରଣା ଦେଇଛନ୍ତି।