ରାଜସ୍ବରେ ଆଗୁଆ, ସେବା ଦେବାରେ ପଛୁଆ

ଜୟପୁର,୧୩।୩(ନି.ପ୍ର.) – କୋରାପୁଟ ଜିଲାର ଜୟପୁର ରେଳ ବିଭାଗ ଟିକେଟ ନେବାରେ ଆଗୁଆ ଥିବାବେଳେ ସେବା ପ୍ରଦାନରେ ପଛୁଆ ରହିଛି। ରେଳ କର୍ତ୍ତୃପକ୍ଷ ଚିଠି ଲେଖିଲେଖି ଥକିଲେଣି, କିନ୍ତୁ ଷ୍ଟେସନର କୌଣସି ଉନ୍ନତି ହେଉନାହିଁ। ବି-ଗ୍ରେଡ୍‌ପ୍ରାପ୍ତ ଏହି ଷ୍ଟେଶନରେ ଯାତ୍ରୀ ହଇରାଣ ହେଉଥିଲେ ମଧ୍ୟ ରେଳ ବିଭାଗ କାନ ଦେଉନାହିଁ। ପାଣି ଓ ପରିସ୍ରାଗାର ସମସ୍ୟା ଏଠାରେ ମୁଖ୍ୟ। ୩୫ ବର୍ଷ ତଳେ ଷ୍ଟେଶନରେ ଯେଉଁ ସମସ୍ୟା ଥିଲା, ଏବେମଧ୍ୟ ସେହି ସମସ୍ୟା ରହିଛି। ନୂତନ ଟ୍ରେନ ପଡ଼ିଛି, କିନ୍ତୁ ଯାତ୍ରୀଙ୍କ ଦୁର୍ଦ୍ଦଶା ବଢ଼ିଛି।
୧୯୬୬ରେ ସ୍ଥାପିତ ଜୟପୁର ଷ୍ଟେଶନ ଦେଇ ଏକମାତ୍ର ପାସେଞ୍ଜର ଟ୍ରେନ କିରଣ୍ଡୁଲ- କୋଟବାଲସା ଚାଲୁଥିଲା। ରାଜ୍ୟ ରାଜଧାନୀରୁ ୫୫୦ କିମି ଦୂରରେ ଅବସ୍ଥିତ ଜୟପୁର ଉପଖଣ୍ଡ ସହ ନବରଙ୍ଗପୁର ଓ ମାଲକାନଗିରି ଜିଲାବାସୀ ରାଜଧାନୀକୁ ସିଧା ରେଳ ସଂଯୋଗରୁ ଉପେକ୍ଷିତ ରହୁଥିଲେ। ଫଳରେ ଜରୁରୀ କାମ ପାଇଁ ଭୁବନେଶ୍ୱର ଯିବାକୁ ହେଲେ ଏହି ଅଞ୍ଚଳର ଲୋକଙ୍କୁ କୋରାପୁଟ ଯାଇ ରେଳ ଚଢ଼ିବାକୁ ପଡୁଥିଲା। ଯାତ୍ରୀଙ୍କ ଦାବିରେ ରେଳ ବିଭାଗ ହୀରାଖଣ୍ଡ, ସମଲେଶ୍ୱରୀ, ଦୁର୍ଗ, ବିଶାଖାପାଟଣା ଟ୍ରେନ ଚାଲୁ କଲେ। ବସ୍‌ରେ ୧୮ ଘଣ୍ଟା ଯାତ୍ରା ପରେ ଭୁବନେଶ୍ୱରରେ ପହଞ୍ଚତ୍ ହେଉଥିଲା। ହୀରାଖଣ୍ଡ, ସମଲେଶ୍ୱରୀ ଭାୟା ଜୟପୁର ଦେଇ ଜଗଦଲପୁର ସମ୍ପ୍ରସାରଣ ଯୋଗୁ ନୂତନ ଭାବେ ଦୁର୍ଗକୁ ଟ୍ରେନ ହେବା ପରେ ଏହି ଅଞ୍ଚଳର ଯାତ୍ରୀଙ୍କୁ ଯେତିକି ସୁବିଧା ହୋଇଛି, ତାଠାରୁ ଦୁଇଗୁଣ ଅସୁବିଧା ଭୋଗିବାକୁ ପଡ଼ିଛି। ଜଗଦଲପୁରରୁ ଭାୟା ଜୟପୁର, କୋରାପୁଟ, ରାୟଗଡ଼ା, ପାର୍ବତୀପୁରମ ବିଜୟନଗରମ ପର୍ଯ୍ୟନ୍ତ ସିଙ୍ଗଲ ଲାଇନ ହୋଇଥିବା ବେଳେ ଏହି ଲାଇନ ଦେଇ ଦାମନଯୋଡ଼ିରୁ ଉତ୍ପାଦିତ ଆଲୁମିନା ପାଉଡର, ବୈଲାଡିଲାରୁ ବାହାରୁଥିବା ଲୁହାପଥର ପରିବହନ ହେଉଛି। ଫଳରେ ଅଧିକାଂଶ ମାଲଗାଡି ଏହି ଲାଇନ ଦେଇ ଚାଲୁଛି। ହୀରାଖଣ୍ଡକୁ ତାର ଯାତ୍ରାପଥରେ ଏହି ମାଲଗାଡ଼ିକୁ ଲାଇନ କ୍ଲିୟରାନ୍ସ ଦେଇ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବାକୁ ବିଳମ୍ବ ହେଉଛି। କୋରାପୁଟ, ଜୟପୁର କିମ୍ବା ଭୁବନେଶ୍ୱରରେ ପହଞ୍ଚତ୍ବା ସମୟ ୪ରୁ ୫ ଘଣ୍ଟା ଲେଖାଏ ବିଳମ୍ବ ଘଟୁଛି। ଜୟପୁର ଷ୍ଟେଶନରେ ପ୍ଲ୍‌ାଟଫର୍ମ ଟ୍ରେନ ବଗି ଯାଏ ଉଚ୍ଚତା ନ ଥିବାବେଳେ ଆକାରରେ ମଧ୍ୟ ଛୋଟ ଅଛି। ଅଧିକାଂଶ ସମୟରେ ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇବା ଓ ଚଢ଼ିବା ପାଇଁ ଅସୁବିଧା ହୋଉଛି। ତୁରନ୍ତ ଷ୍ଟେଶନର ପ୍ଲାଟଫର୍ମ ଉଚ୍ଚତା ବଗି ଉଚ୍ଚତା ପର୍ଯ୍ୟନ୍ତ କରାଯିବା ଓ ପ୍ଲାଟଫର୍ମ ଦୈର୍ଘ୍ୟ ବଢ଼ାଇବା ପାଇଁ ଦାବି ହେଉଛି। ପା୍ଲଟଫର୍ମର ଛାତ କମ୍‌ ଥିବାରୁ ବର୍ଷା ଓ ଖରାରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ପ୍ଲାଟଫାର୍ମରେ ସିମେଣ୍ଟ ଚେୟାର ନାହିଁ। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି। ଆଗକୁ ଖରାଦିନ ଥିବାବେଳେ ଷ୍ଟେଶନରେ ପାନୀୟ ଜଳର ବ୍ୟବସ୍ଥା ଠିକ ଭାବେ ନାହିଁ। ୨୦ରୁ ଅଧିକ ଷ୍ଟାଣ୍ଡ ପୋଷ୍ଟ ଥିବାବେଳେ ପାଣି ଆସୁନାହିଁ। ରେଲୱେ କୁଲି ନାହାନ୍ତି। ଷ୍ଟେଶନ ଉପରେ ନିର୍ଭରଶୀଳ ୨ ହଜାରରୁ ଅଧିକ ଦୈନିକ ଯାତ୍ରୀଙ୍କ ପାଇଁ ଆବଶ୍ୟକ ପରିମାଣରେ ରେଷ୍ଟରୁମ, ବାଥରୁମ, ଲାଟିନ ନାହିଁ। ଷ୍ଟେଶନ ସହରଠାରୁ ୬ କିମି ଦୂରରେ ଥିବାରୁ ଅଟୋବାଲାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଭଡ଼ା ୧୫୦ରୁ ୨୦୦ ଟଙ୍କା ଲେଖାଏ ନେଉଛନ୍ତି। ଏଠାରେ ପ୍ରବଳ ଭିଡ଼ ହେବାରୁ ହୀରାଖଣ୍ଡ ରହଣି ସମୟ ବର୍ତ୍ତମାନ ୨ରୁ ୧୦ ମିନିଟ ଯାଏ ବଢ଼ାଇବାକୁ ଦାବି ହେଉଛି। ହୀରାଖଣ୍ଡକୁ ସାବେରୀ ଏକ୍ସପ୍ରେସ ନାମରେ ନାମିତ କରାଯିବା ପାଇଁ ମଧ୍ୟ ଦାବି ଜୋର୍‌ ଧରିଛି। ଏ ସମ୍ପର୍କରେ ଜୟପୁର ଷ୍ଟେଶନ ମାଷ୍ଟର ଜନ୍‌ କୁଜୁରୁ କହିଛନ୍ତି, ଏଠାରେ ପାଣି ସମସ୍ୟା ରହିଛି। ୧୫ ଦିନ ଭିତରେ ଏହାର ସମାଧାନ ସହ ଅନ୍ୟ ସମସ୍ୟା ଦୂର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍‌ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…

କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri