Posted inଖେଳ

ରାଜସ୍ଥାନ ଖେଳାଳି ବିନୀତ ସାକ୍ସେନାଙ୍କ ଅବସର

ଜୟପୁର,୨୮।୧(ପି.ଟି.)- ରଣଜୀ ଟ୍ରଫିର ୨୦୧୧-୧୨ ସଂସ୍କରଣରେ ମାରାଥନ ଦ୍ୱିଶତକୀୟ ଇନିଂସ ଖେଳି ରାଜସ୍ଥାନକୁ ଚାମ୍ପିୟନ କରାଇଥିବା କ୍ରିକେଟର ବିନୀତ ସାକ୍ସେନା ସୋମବାର ଅବସର ଘୋଷଣା କରିଛନ୍ତି। ୩୯ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ୧୯୯୮-୯୯ରେ ଉତ୍ତରାଖଣ୍ଡ ପାଇଁ ରଣଜୀ ପଦାର୍ପଣ କରିଥିଲେ। ୨୦୧୮-୧୯ରେ ଅନ୍ତିମ ରଣଜୀ ମ୍ୟାଚ୍‌ ଖେଳିଥିଲେ ବିନୀତ। ସେ ରାଜସ୍ଥାନର ଏକମାତ୍ର କ୍ରିକେଟର ଭାବେ ୧୦୦ କିମ୍ବା ତା’ଠାରୁ ଅଧିକ ରଣଜୀ ମ୍ୟାଚ୍‌ ଖେଳିଥିଲେ। ରାଜସ୍ଥାନ ବ୍ୟତୀତ ରେଲଓ୍ବେ ଓ ଉତ୍ତରାଖଣ୍ଡ ପାଇଁ ମଧ୍ୟ ରଣଜୀ ଖେଳିଥିଲେ। ୨୦ ବର୍ଷର ଲମ୍ବା କ୍ୟାରିୟରରେ ୧୨୯ ମ୍ୟାଚ୍‌ ଖେଳି ୭୬୩୭ ରନ୍‌ କରିଥିଲେ। ଏଥିରେ ଏକ ଦ୍ୱିଶତକ, ୧୭ ଶତକ ଓ ୩୮ ଅର୍ଦ୍ଧଶତକ ସାମିଲ ଥିଲା। ୨୦୧୧-୧୨ ସିଜନ ଫାଇନାଲରେ ସେ ୨୫୭ ରନ୍‌ର ମାରାଥନ ଇନିଂସ ଖେଳିଥିଲେ, ଯାହା ଥିଲା ତାଙ୍କ କ୍ୟାରିୟରର ସବୁଠୁ ଉଲ୍ଲେଖନୀୟ ଘଟଣା। ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ଓ ରାଜସ୍ଥାନ ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ହାତେଇଥିଲା। ସେ ରଣଜୀ ଫାଇନାଲର ଅନ୍ତିମ ଦିନ ପୂରା ବ୍ୟାଟିଂ କରି ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଥିଲେ। ସେ ୯୦୪ ମିନିଟ୍‌ ଧରି ଖେଳିଥିଲେ। ଏହାବାଦ୍‌ ୧୯ ବର୍ଷରୁ କମ୍‌ ବୟସ ବର୍ଗରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ଏବେ କୋଚ ଭୂମିକାରେ କାଯର୍ର୍‌ୟ କରିବେ ବୋଲି ସୂଚନା ଦେଇଛନ୍ତି। ମୁଁ ଘରୋଇ କ୍ରିକେଟରେ ସର୍ବାଧିକ ରନ୍‌ ସ୍କୋରରଙ୍କ ମଧ୍ୟରେ ଥିଲେ ମଧ୍ୟ ଅଧିକ ସୁଯୋଗ ମିଳି ନ ଥିଲା। କିନ୍ତୁ କ୍ୟାରିୟରରେ ଯାହା ହାସଲ କରିଛି, ସେଥିରେ ମୁଁ ଖୁସି ବୋଲି ସାକ୍ସେନା କହିଛନ୍ତି। ବିସିସିଆଇର ପ୍ରଥମ ସ୍ତରୀୟ କୋଚିଂ କୋର୍ସ ମୁଁ ଶେଷ କରିସାରିଛି। ମୋତେ କ୍ରିକେଟ ଯାହା ଦେଇଛି, ତାକୁ ଫେରାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri