Categories: ଜାତୀୟ

ରାଜସ୍ଥାନରେ ବସ୍‌-ଜିପ୍‌ ମୁହାଁମୁହିଁ: ୧୩ ମୃତ

ଯୋଧପୁର,୨୭।୯: ରାଜସ୍ଥାନ ଯୋଧପୁରର ବାଲେସର ଗଁ। ନିକଟରେ ଶୁକ୍ରବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଜିପ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୧୬ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ୭ ଜଣ ପୁରୁଷ ଓ ୫ ଜଣ ମହିଳା ରହିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୮ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଯୋଧପୁର-ଜୈସଲମେର ଜାତୀୟ ରାଜପଥ ନିକଟ ବାଲେସରଠାରେ ଟାୟାର ଫାଟିଯିବାରୁ ବସ୍‌ଟି ନିୟନ୍ତ୍ରଣ ହରାଇ ଜିପ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ପ୍ରକାଶ କରିଛନ୍ତି।

Share