ରାଜସ୍ଥାନରୁ କୋଣାର୍କ ବୁଲି ଆସିଥିଲେ: ବସ୍‌ ଉପରୁ ପଡ଼ି ଯାତ୍ରୀ ମୃତ

ଗୋପ, ୨୦।୯(ଡି.ଏନ.ଏ): ପୁରୀ ଜିଲା ଗୋପ-କୋଣାର୍କ ରାସ୍ତାର ଦଶବାଟିଆ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଯାତ୍ରୀବାହୀ ବସ୍‌ ୁପରୁ ପଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭଜନଲାଲ ସେନି (୪୫)। ତାଙ୍କର ଘର ରାଜସ୍ଥାନ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ରାଜସ୍ଥାନରୁ ଏକ ବସ୍‌ ଯୋଗେ ୮୦ ପର୍ଯ୍ୟଟକ ପୁରୀ, କୋଣାର୍କ ବୁଲିବାକୁ ଆସିଥିଲେ। ଭଜନଲାଲ ବସ୍‌ ଛାତ ଉପରେ ବସିଥିବା ବେଳେ ଦଶବାଟିଆ ନିକଟରେ ଏକ ଗଛ ଡାଳରେ ବାଡେଇ ହୋଇ ତଳେ ପଡ଼ିଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାରକରି ଗୋପ ଡାକ୍ତରଖାନାରେ ତ୍ତର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କୋଣାର୍କ, ଗୋପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।