ନୂଆଦିଲ୍ଲୀ,୧୮ା୪:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜାକ୍ଲିନ୍ ଫର୍ନାଣ୍ଡିଜ୍ ମାମଲାରେ ରାଜସାକ୍ଷୀ ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଆନୁଷ୍ଠାନିକ ଭାବେ ଆବେଦନ କରିଛନ୍ତି। ଜାକ୍ଲିନ୍ ମଧ୍ୟ ଉକ୍ତ ମନିଲଣ୍ଡରିଂ ମାମଲାର ଅନ୍ୟତମ ଅଭିଯୁକ୍ତ। ଉକ୍ତ ଅପରାଧ ଅର୍ଥରେ କିଣାଯାଇଥିବା ଉପହାର ସେ ଗ୍ରହଣ କରିଥିଲେ। ମନିଲଣ୍ଡରିଂ ମାମଲାରେ ଜାକ୍ଲିନ୍ ରାଜସାକ୍ଷୀ ହେବାକୁ ଚାହାନ୍ତି ବୋଲି ଶୁକ୍ରବାର ଦିଲ୍ଲୀର ଏକ ଅଦାଲତଙ୍କୁ ଜଣାଇଥିଲେ। ଏନେଇ କେନ୍ଦ୍ରୀୟ ଏଜେନ୍ସିଙ୍କୁ ନିବେଦନ କରିବା ପାଇଁ ଅଦାଲତ ତାଙ୍କୁ କହିଥିଲେ। ଏହା ପରେ ଅଭିନେତ୍ରୀ ଇଡିଙ୍କୁ ଆବେଦନ କରିଛନ୍ତି। ୨୦୦ କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ସୁକେଶ ଅଭିଯୁକ୍ତ ଥିବାବେଳେ ତାଙ୍କ ନାମରେ ଅନେକ ଜାଲିଆତି ମାମଲା ରହିଛି।