ରାଜପାକ୍‌ସେଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରେମଦାସା

କଲମ୍ବୋ,୧୭।୧୧: ଦିନକୁ ପୂର୍ବରୁ ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ଶାସକ ଦଳର ପ୍ରାର୍ଥୀ ସାଜିଥ ପ୍ରେମଦାସା ତାଙ୍କ ପ୍ରତିଦ୍ୱନ୍ଦୀ ଗୋତବାୟା ରାଜପାକ୍‌ସେଙ୍କଠାରୁ ହାରି ଯାଇଛନ୍ତି। ଏହି ପରାଜୟକୁ ସେ ସ୍ବୀକାର କରିବା ସହ କହିଛନ୍ତି ମୁଁ ଜନତାଙ୍କ ନିର୍ଣ୍ଣୟକୁ ସ୍ବୀକାର କରୁଛି। ଏହାସହ ସେ ରାଜପାକ୍‌ସେଙ୍କୁ ତାଙ୍କ ବିଜୟ ଲାଗି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬୯ ଲୋକ ପ୍ରାଣ ହରାଇବାର ପ୍ରାୟ ୭ ମାସ ପରେ ରାଜପାକ୍‌ସେ ଏହି ବିଜୟ ହାସଲ କରିଛନ୍ତି। ସୋମବାର କିମ୍ବା ମଙ୍ଗଳବାର ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।

Share