ରାଜନୀତି କରିବେ ଦୂତି ଚାନ୍ଦ

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜନୀତିରେ ଯୋଗଦେବେ ଆଥ୍‌ଲେଟ ଦୂତି ଚାନ୍ଦ। ସୋମବାର ଦୂତି କରିଥିବା ଏକ ଟ୍ବିଟ୍‌କୁ ନେଇ ଏହି ଚର୍ଚ୍ଚା ଜୋର୍‌ ଧରିଛି। ଏକ ଟ୍ବିଟ୍‌ରେ ଦୂତି ଲେଖିଛନ୍ତି ଯେ, ପିଲାଦିନରୁ ହିଁ ରାଜନୀତିରେ ମିଶିବା ପାଇଁ ଇଚ୍ଛା ଥିଲା। ତାଙ୍କ ପରିବାର ତୃଣମୂଳସ୍ତରରେ ରାଜନୀତି ସହ ଜଡିତ। ଏପରିକି ତାଙ୍କ ମା’ ଗାଁରେ ସରପଞ୍ଚ ରହିଥିବା ସେ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ଏବେ ସେ ଖେଳୁଛନ୍ତି। ଯଦି କୌଣସି ଦଳ ପକ୍ଷରୁ ଅଫର ଆସେ ତାହେଲେ ସେ ରାଜନୀତିରେ ଯୋଗଦେବେ। ଖେଳ ସହ ରାଜନୀତିକୁ ଏକାଠି ଚଳାଇପାରିଲେ ରାଜନୀତିରେ ଯୋଗଦେବେ। ନଚେତ୍‌ ଖେଳ ଛାଡ଼ିବା ପରେ ରାଜନୀତିକୁ ଆସିବେ ବୋଲି ଦୂତି କହିଛନ୍ତି।