Posted inଜାତୀୟ

ରାଜନୀତିକୁ ଅପରାଧମୁକ୍ତ କରାଯାଉ

ନୂଆଦିଲ୍ଲୀ,୨୫ା୧,(ପି.ଟି./ଆଇଏଏନ୍‌ଏସ୍‌) : ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କୁ ରାଜନୀତିରୁ ବାହାର କରାଯିବ। ସେମାନଙ୍କ ଉପସ୍ଥିତି ରାଜନୈତିକ ବାତାବରଣକୁ କଳୁଷିତ କରିବାରେ ଲାଗିଛି। ଏଥିପାଇଁ ରାଜନୀତିର ଅପରାଧୀକରଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ କେତେକ ପଦକ୍ଷେପ ନେବା ସକାଶେ ନିର୍ବାଚନ କମିଶନ (ଇସି)ଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ରାଜନୈତିକ ଦଳଗୁଡ଼ିକ ଦାଗୀ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପ୍ରଦାନ ନ କରିବାକୁ ନିର୍ଦ୍ଦେଶ ଦେବା ଲାଗି ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ଇସି।
୨୦୧୮ ଅକ୍ଟୋବର ୧୦ରେ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ନିର୍ବାଚନୀ ସଂସ୍କାର ସକାଶେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ସେପ୍ଟେମ୍ବରରେ ଏକ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ଏହାର ଶୁଣାଣି କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପୂର୍ବରୁ ପ୍ରାର୍ଥୀମାନଙ୍କୁ ନିଜ ନିଜ ବିରୋଧରେ ବିଚାରାଧୀନ ଥିବା ଆପରାଧିକ ମାମଲାଗୁଡ଼ିକ ସମ୍ପର୍କରେ ଘୋଷଣା କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରାର୍ଥୀମାନଙ୍କ ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକ ନିଜ ଓ୍ବେବ୍‌ସାଇଟ୍‌ରେ ସୂଚନା ଦେବେ। ପ୍ରାର୍ଥୀ ଓ ଦଳ ଏକ ଘୋଷଣାନାମା ଜାରି କରିବା ସହ ସେ ସମ୍ପର୍କିତ ତଥ୍ୟଗୁଡ଼ିକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବହୁଳ ପ୍ରକାଶନ-ପ୍ରସାରଣ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି। ଶୀର୍ଷ ଅଦାଲତଙ୍କ ଏହି ତାଗିଦ ସତ୍ତ୍ୱେ ରାଜନୀତିର ଅପରାଧୀକରଣ ଚାଲିଛି। ଏଥିପାଇଁ ଏକ ବିକଳ୍ପ ବ୍ୟବସ୍ଥା ବାହାର କରିବାକୁ ପଡ଼ିବ ବୋଲି ଇସି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଇସି ଆହୁରି କହିଛନ୍ତି ଯେ, ଯେଉଁ ପ୍ରାର୍ଥୀମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେମାନେ ନିଜ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ ସତ୍ୟପାଠରେ ଘୋଷଣା କରିବା ବିଶେଷ ସହାୟକ ହୋଇନାହିଁ। ତେଣୁ ରାଜନୈତିକ ଦଳଗୁଡ଼ିକୁ ଦାଗୀ ନେତାଙ୍କୁ ଟିକେଟ ନ ଦେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି, ନିର୍ବାଚନ କମିଶନ ସପ୍ତାହେ ମଧ୍ୟରେ ଏକ ନୂଆ କାର୍ଯ୍ୟଯୋଜନା ପ୍ରସ୍ତୁତ କରନ୍ତୁ, ଯାହାକି ଜାତୀୟ ସ୍ବାର୍ଥ ପାଇଁ ରାଜନୀତିକୁ ଅପରାଧରୁ ମୁକୁଳାଇ ହେବ। ଏଥିସହ ଖଣ୍ଡପୀଠ ଭାଜପା ନେତା ତଥା ଆଇନଜୀବୀ-ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ଏବଂ ଇସିଙ୍କୁ ଏକାଠି ବସି ଏହାର ମୁକାବିଲା ପାଇଁ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଛନ୍ତି। ଶୁଣାଣି ବେଳେ ଇସିଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ କହିଥିଲେ, ନିର୍ବାଚନ କମିଶନ ଅପରାଧରୁ ରାଜନୀତିକୁ ଦୂରେଇ ରଖିବା ସକାଶେ ଅନେକ ପଦକ୍ଷେପ ନେଇଛନ୍ତି। ଅଦାଲତଙ୍କ ୨୦୧୮ର ନିର୍ଦ୍ଦେଶ ସଫଳ ହୋଇନାହିଁ। ତେଣୁ ଦାଗୀ ନେତାଙ୍କୁ ଟିକେଟ ନ ଦେବା ଲାଗି ରାଜନୈତିକ ଦଳଗୁଡ଼ିକୁ ଉତ୍ତରଦାୟୀ କରାଯାଉ। ଉପାଧ୍ୟାୟଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ଅଦାଲତଙ୍କୁ କହିଲେ, ବର୍ତ୍ତମାନ ପାର୍ଲାମେଣ୍ଟରେ ଏଭଳି ୪୬% ସଦସ୍ୟ ଅଛନ୍ତି, ଯାହାଙ୍କ ନାମରେ ଆପରାଧିକ ମାମଲା ଗଡ଼ୁଛି। ଏଭଳି ସ୍ଥିତିରେ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଆଇନ ଗୃହୀତ ହେବା ସମ୍ଭବପର ଭଳି ମନେହେଉନାହିଁ। ତେଣୁ ସୁପ୍ରିମକୋର୍ଟ ନିଜେ ଏହା ଉପରେ ନିର୍ଦ୍ଦେଶନାମା ଜାରି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri