ରାଜନଗରର ୩ ବୁଲ୍‌ବୁଲ୍‌

ରାଜନଗର, ୧୧।୧୧ (ଡି.ଏନ୍‌.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ରାଜନଗରକୁ ୩ ‘ବୁଲ୍‌ବୁଲ୍‌’ ଉପହାର ଦେଇଛି। ଗତ ୯ ତାରିଖରେ ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ବର୍ଷା, ପବନ ଲାଗି ରହିଥିବା ବେଳେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩ ଶିଶୁ ଜନ୍ମ ନେଇଛନ୍ତି। ତେବେ ବାତ୍ୟା ନାମ ଅନୁସାରେ ସେମାନଙ୍କ ନାଁ ‘ବୁଲ୍‌ବୁଲ୍‌’ ରଖାଯାଇଛି।
ବାତ୍ୟା ପ୍ରଭାବରେ ଅନେକ ଲୋକ ବାସହରା ହୋଇଥିବା ବେଳେ ଏବେ ବି ବହୁ ଅଞ୍ଚଳ ଜଳମଗ୍ନ ହୋଇରହିଛି। ତେବେ ବୁଲ୍‌ବୁଲ୍‌ର ବିଭୀଷିକାର କରାଳ ଦୃଶ୍ୟ ରାଜକନିକାବାସୀଙ୍କୁ ୧୯୯୯ ମହାବାତ୍ୟାର ସେହି କରାଳ ରୂପ ମନେପକାଇ ଦେଇଛି। ଏହା ଭିତରେ ରାଜନଗର ଅଞ୍ଚଳରେ ଗର୍ଭବତୀ ଥିବା ୫ ଜଣ ମହିଳାକୁ ବାତ୍ୟା ପୂର୍ବରୁ ଅର୍ଥାତ୍‌ ଗତ ୮ ତାରିଖରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୩ଜଣ ଗର୍ଭବତୀ ୯ ତାରିଖ ସକାଳେ ୩ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ବ୍ଲକ ଅଧୀନ ଗୋଖଣି ଗ୍ରାମର ସର୍ବେଶ୍ୱର ଦାସଙ୍କ ସ୍ତ୍ରୀ ଦମୟନ୍ତୀ ଦାସ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଜୋଧାବସନ୍ତ ଗ୍ରାମର ଅମର ରାଉତଙ୍କ ପତ୍ନୀ ଅଲିଭା ରାଉତ ଏକ ଶିଶୁକନ୍ୟା