ରାଜନଗରରେ ବିଶ୍ୱ ତମାଖୁ ବର୍ଜନ ଦିବସ: ଲୋକଙ୍କୁ ସଚେତନ କରାଇଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର

ରାଜନଗର, ୩୧।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସମ୍ମିଳନୀ କକ୍ଷରେ ବିଶ୍ୱ ତମାଖୁ ବର୍ଜନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରଶ୍ମିରଞ୍ଜନ ମହାନ୍ତି, ପ୍ରକାଶ ଦାଶ, ଡା. ସୁଧାଂଶୁ ଚାନ୍ଦ, ଡା. ପୁଷ୍ପାଞ୍ଜଳୀ ମହାପାତ୍ର ପ୍ରମୁଖ ଯୋଗଦେଇ ବିଶ୍ୱ ତମାଖୁ ସେବନ ମାନବ ସମାଜ ପ୍ରତି କିପରି କ୍ଷତିକାରକ ଏବଂ ଏଥିରୁ ମୁକ୍ତ ରହିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି। ଶ୍ରୀକାନ୍ତ ଦାସ, ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଏକ ସଚେତନତା ରାଲି ରାଜନଗର ବଜାର ପରିକ୍ରମା କରିଥିଲା।