ରାଜନଗରରେ କେନ୍ଦ୍ରୀୟ ଟିମ୍‌: ଅନୁଧ୍ୟାନ କଲେ ବୁଲ୍‌ବୁଲ୍‌ କ୍ଷୟକ୍ଷତି

ରାଜନଗର,୧୫।୧୧(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍‌ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ତାଳଚୁଆ ଗଙ୍ଗାମାତା ପଡ଼ିଆରେ ପହଞ୍ଚିଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲୀ ଘୋଷରାୟଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ତାଳଚୁଆ, ରଙ୍ଗଣୀ, କେରୁଆପାଳ ଆଦି ପଞ୍ଚାୟତରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଦୁର୍ଗମ ଅଞ୍ଚଳରେ ଦୟନୀୟ ଜୀବନ ବିତାଉଥିବା ଲୋକଙ୍କ ଘର, ମାଛଡଙ୍ଗା, ରାସ୍ତାଘାଟ ଆଦିର ଅନୁଧ୍ୟାନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ଥିଲେ।