Categories: ଜାତୀୟ

ରାଜଧାନୀ ଛାଡିବାକୁ ଚାହୁଁଛନ୍ତି ଲୋକେ

ନୂଆଦିଲ୍ଲୀ,୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏବେ ଅଧିକ ହୋଇଯାଇଛି ଯେ ଏଠାରେ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଏହାର କୌଣସି ସମାଧାନ ହୋଇ ପାରୁନାହିଁ। ରବିବାର ଦିଲ୍ଲୀ ଏନ୍‌ସିଆର୍‌ରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୨୦୦ ପହଞ୍ଚିଥିବା କୁହାଯାଉଥିବା ବେଳେ ଲୋକେ ଏବେ ରାଜଧାନୀ ଛାଡିବାକୁ ଇଚ୍ଛା ପ୍ରକାଶ କରୁଥିବା ଦେଖାଯାଇଛି। ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ଦିଲ୍ଲୀ, ନଏଡ଼ା, ଗୁରୁଗ୍ରାମ, ଗାଜିଆବାଦ ଓ ଫରିଦାବାଦର ପ୍ରାୟ ୧୭ ହଜାର ଲୋକଙ୍କ ମତାମତରୁ ଜଣାପଡିଛି କି ଏଠାକାର ପ୍ରାୟ ୪୦ ପ୍ରତିଶତ ଲୋକ ଦିଲ୍ଲୀ ଛାଡିବାକୁ ଚାହୁଁଛନ୍ତି।

Share