ରାଜଧାନୀରେ ଶିଶୁକନ୍ୟାଙ୍କୁ ବଳାତ୍କାର ମାମଲା:୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୨ା୮(ବ୍ୟୁରୋ)- ଗତ ମଙ୍ଗଳବାର ରାଜଧାନୀରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା। ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରିବିହାର ଅଞ୍ଚଳରେ ଜଣେ ୬ବର୍ଷର ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମଁୁ ବଳାତ୍କାର କରିଥିଲେ। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ଗୁରୁବାର ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅନ୍‌ଲାଇନ୍‌ରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ। କମିଶନ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ହିମାଂଶୁ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ପୀଡିତାଙ୍କୁ ଆଇନ ଅନୁଯାୟୀ ୪ସପ୍ତାହ ମଧ୍ୟରେ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଉ। ଏଥିସହ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେବାକୁ ହିମାଂଶୁ ତାଙ୍କ ପିଟିଶନରେ ନିବେଦନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଶିଶୁକନ୍ୟା ଜଣକ ସ୍କୁଲରୁ ଫେରି ଘର ନିକଟରେ ଖେଳୁଥିଲେ। ବର୍ଷା ହେବାରୁ ସମ୍ପର୍କୀୟ ମାମୁଁଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଇଥିଲେ। କିଛି ସମୟ ପରେ ସମ୍ପର୍କୀୟ ମାମୁଁ ଜଣକ ଚକୋଲେଟ ଦେବାକୁ ଘରକୁ ଡାକି ବଳାତ୍କାର କରିଥିଲେ। ଚିତ୍କାର କରିବାକୁ ଭୟରେ ଛାଡ଼ି ଦେଇଥିଲେ। ପୀଡିତା ଜଣକ ଘରେ ପହଞ୍ଚତ୍ କାନ୍ଦିକାନ୍ଦି ସବୁକଥା ଜଣାଇଥିଲେ। ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ପହଞ୍ଚତ୍ବା ପୂର୍ବରୁ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।