ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ଛେଚିଲେ ଯୁବତୀ

ଭୁବନେଶ୍ୱର, ୯।୯(ବ୍ୟୁରୋ): ରାଜଧାନୀର ରସୁଲଗଡ଼ ଜିଜିପି କଲୋନୀରେ ଜଣେ ଯୁବତୀ ୨ଜଣ ରୋଡ ରୋମିଓଙ୍କୁ ମାଡ଼ ମାରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ଜିଜିପି କଲୋନୀ ଅଞ୍ଚଳର ଜନୈକା ଯୁବତୀଙ୍କୁ ଜଗନ୍ନାଥନଗର ଅଞ୍ଚଳରେ ରହୁଥିବା ୨ ଯୁବକ ଅଶ୍ଳୀଳ କମେଣ୍ଟ କରିବା ସହ ତାଙ୍କ ପିଛା କରିଥିଲେ। ଏହା ପରେ ଯୁବତୀ ଜଣଙ୍କ ବିଚ୍‌ ରାସ୍ତାରେ ଉକ୍ତ ଯୁବକଙ୍କୁ ମାଡ଼ ମାରିଥିଲେ। କିଛି ସମୟ ମଧ୍ୟରେ ସେଠାରେ ଲୋକେ ରୁଣ୍ଡ ହୋଇ ୨ ଯୁବକଙ୍କୁ କାବୁକରି ଉଠ୍‌ ବସ୍‌ କରାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।