ରାଜଧାନୀରେ ବଡ଼ ର଼୍ୟାକେଟ: ୨୯୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀରେ ବଡ଼ଧରଣର ଜିଏସ୍‌ଟି ଠକେଇ। ଜାଲ୍‌ କମ୍ପାନୀ ମାଧ୍ୟମରେ ଚାଲିଥିବା ଏଭଳି ର଼୍ୟାକେଟକୁ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଧରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ୨୯୪ କୋଟି ଟଙ୍କାର ଜାଲ ବିଲ୍‌ର ପର୍ଦ୍ଦାଫାଶ ହୋଇଛି। ଏହି ଜାଲ ବିଲ୍‌ ମାଧ୍ୟମରେ ୫୨.୭୬ କୋଟି ଟଙ୍କାର ଜାଲ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ କରିଥିଲେ ଦୁଇ ଅଭିଯୁକ୍ତ। ସେମାନେ ହେଲେ ଭୁବନେଶ୍ୱର ଶୈଳଶ୍ରୀବିହାର ସାହୁ ଟ୍ରେଡ଼ର୍ସର ପ୍ରୋପ୍ରାଇଟର ପ୍ରମୋଦ କୁମାର ସାହୁ ଓ ପଟିଆର ବିକାଶ ସରାଉଗୀ। କଳାହାଣ୍ଡିର ୧୧ ଜଣ ଓ କନ୍ଧମାଳର କେତେଜଣ ନିରୀହ ଗାଁ ଲୋକଙ୍କ ନାଁରେ ଦୁଇ ଅଭିଯୁକ୍ତ ଜାଲ କମ୍ପାନୀ ସହ ଏକାଧିକ ଭୂତ ଆକାଉଣ୍ଟ ଖୋଲିଥିଲେ। ଲୁହା ଇନ୍‌ଗଟ, ଲୁହା ରଡ୍‌, ସ୍କ୍ରାପ ଆଦି ସାମଗ୍ରୀ ଉପରେ ଏହି ଠକେଇ କରାଯାଇଥିବା ନେଇ ଜିଏସ୍‌ଟି କମିଶନର ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଓଡିଶା ଜିଏସ୍‌ଟି ଆଇନ ୨୦୧୭ର ଧାରା ୬୯ ଅନୁଯାୟୀ ରାଜ୍ୟ ଜିଏସ୍‌ଟି ଆୟୁକ୍ତଙ୍କୁ ଦିଆଯାଇଥିବା କ୍ଷମତା ବଳରେ ଏହି ଠକେଇରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧାରା୧୩୨(୧) ଆଧାରରେ ଗିରଫ କରାଯାଇଛି। ସନ୍ଦେହଯୁକ୍ତ ଓ୍ବେବିଲ୍‌ କାରବାରକୁ ଯାଞ୍ଚ କରାଯିବା ସହ ଗୋଇନ୍ଦା ତଥ୍ୟ ସଂଗ୍ରହ ପରେ ୧୧ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢାଉ କରାଯାଇଥିଲା। ତେବେ ଏଗୁଡିକ ଭୂତ ବା ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ବୋଲି ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କ୍‌ରେ ଏହି ଜାଲ୍‌ ପ୍ରତିଷ୍ଠାନ ନାମରେ ଆକାଉଣ୍ଟ ଖୋଲାଯାଇ ପ୍ରଚୁର ଅର୍ଥ କାରବାର କରାଯାଇଥିବା ତଦନ୍ତ ସମୟରେ ଜଣାପଡିଥିଲା। ତେବେ ଗିରଫ ଦୁଇ ଅଭିଯୁକ୍ତ ସରକାରୀ ଯୋଜନାରେ ସାମିଲ୍‌ କରିବାକୁ କହି କଳାହାଣ୍ଡି ଓ କନ୍ଧମାଳର ନିରୀହ ଲୋକଙ୍କଠାରୁ ପରିଚୟ ସମ୍ପର୍କିତ କାଗଜପତ୍ର ନେଇଥିଲେ। ସେଗୁଡିକୁ ଅପବ୍ୟବହାର କରି ଜିଏସ୍‌ଟି ପଞ୍ଜୀକରଣ କରିବା ସହ ବିଭିନ୍ନ ବ୍ୟାଙ୍କ୍‌ରେ କରେଣ୍ଟ ଆକାଉଣ୍ଟ ଖୋଲିଥିଲେ। ଏଥିସହ ୪୮.୫୮ କୋଟି ଟଙ୍କାର ଜାଲ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ବ୍ୟବହାର କରି ସେମାନେ ଖୋଲିଥିବା ଭୂତ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ନାମରେ ଜାଲ ବିଲ୍‌ ବଳରେ ଅନ୍ୟ ବ୍ୟବସାୟୀଙ୍କୁ ୫୨.୭୬ କୋଟି ଟଙ୍କାର ଜାଲ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ ହସ୍ତାନ୍ତର କରିଛନ୍ତି। ଭୂତ ଫାର୍ମଗୁଡିକର ପ୍ରୋପ୍ରାଇଟରମାନେ କୌଣସି ବ୍ୟବସାୟ କରି ନ ଥିବା କିମ୍ବା କିଣା ବିକା କରି ନ ଥିବା ସ୍ବୀକାର କରିଥିଲେ। ରିଟର୍ନରେ ଦର୍ଶାଯାଇଥିବା କାରବାରଗୁଡିକ କେବଳ କାଗଜକଲମରେ ସୀମିତ ଥିଲା। ଚେକ ବୁକରେ ଓ ଆର୍‌ଟିଜିଏସ୍‌ ଫର୍ମରେ ଏହି ନିରୀହ ଲୋକଙ୍କଠାରୁ ଦସ୍ତଖତ ନେଇ ଅଭିଯୁକ୍ତମାନେ ବ୍ୟାଙ୍କ୍‌ କାରବାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri