ରାଜଧାନୀରେ ଡକ୍ଟରେଟ୍‌ ଡିଗ୍ରୀ ଠକେଇ ର଼୍ୟାକେଟ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ପାଠପଢ଼ା, ଗବେଷଣା କି ପରୀକ୍ଷା ଦେବାକୁ ପଡ଼ିବନି। ଟଙ୍କାରେ ମିଳୁଛି ବିଭିନ୍ନ ଡକ୍ଟରେକ୍ଟ ଡିଗ୍ରୀ। ଏଭଳି ଏକ ବିଜ୍ଞାପନ ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବାବେଳେ ସାର୍ଟିଫିକେଟ ପାଇବା ଆଶାରେ ହଜାର ହଜାର ଛାତ୍ରୀଛାତ୍ର ଠକେଇର ଶିକାର ହୋଇଛନ୍ତି। ଟଙ୍କା ବଦଳରେ ଜାଲ୍‌ ସାର୍ଟିଫିକେଟ ପାଇଁ ହଟହଟା ହୋଇନ୍ତି। ରାଜଧାନୀ ଭୁବନେଶ୍ୱରରେ ଏହି ର଼୍ୟାକେଟ କାର୍ଯ୍ୟ କରୁଥିବାବେଳେ ଦେଶର ବିଭିନ୍ନ ରାଜ୍ୟକୁ ଏହାର ଚେର ଲମ୍ବିଛି। ଗୁଆହାଟୀ ପୋଲିସ କମିଶନଙ୍କର ନିକଟରେ ଏଭଳି ଏକାଧିକ ଅଭିଯୋଗ ହୋଇଛି। ଏନେଇ ଗୁଆହାଟୀର ଜଣେ ଖବରଦାତା ଓଡ଼ିଶାର ରାଜ୍ୟପାଳଙ୍କୁ ଚିଠି କରିବା ପରେ ଘଟଣା ପଦାକୁ ଆସିଛି।

ଅଭିଯୋଗ ଅନୁସାରେ, ବିଜ୍ଞାପନରେ ଥିବା ସଂସ୍ଥାର ନାମ ମହାତ୍ମାଗାନ୍ଧୀ ଗ୍ଲୋବାଲ ପିସ୍‌ ଫାଉଣ୍ଡେଶନ ରହିଥିବାବେଳେ ପ୍ରତିଷ୍ଠାତା ତଥା ଅନ୍ତର୍ଜାତୀୟ ସଭାପତି ଚିତ୍ତରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ଡ. ହୃଷୀକେଶ ଆଚାର୍ଯ୍ୟ ଓ ସେମାନଙ୍କ ଫଟୋ ରହିଛି। ସଂସ୍ଥାର ଠିକଣା ଭୁବନେଶ୍ୱର କଳିଙ୍ଗନଗରର ପ୍ଲଟ୍‌ ନଂ.କେ୪/୩୭ରେ କାର୍ଯ୍ୟ କରୁଥିବା ଉଲ୍ଲେଖ ରହିଛି। ସେଥିରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରି ଛାତ୍ରୀଛାତ୍ରମାନେ ଟଙ୍କା ପଠାଇଛନ୍ତି। ହେଲେ ଏହି ଠିକଣାରେ ସେପରି କିଛି ସଂସ୍ଥା ନ ଥିବାବେଳେ ସେଠାରେ ଜଣେ ବ୍ୟକ୍ତି ପରିବାର ସହ ରହୁଥିବା ଜଣାପଡିଛି। ତାଙ୍କ ପାଖକୁ ବହୁତ ଚିଠି ଆସିଥିବାବେଳେ ପୋଲିସ ଓ ଛାତ୍ରୀଛାତ୍ର ଆସି ପଚାରୁଥିବା କହିଛନ୍ତି। ତେବେ ଠକମାନେ ଅନ୍‌ଲାଇନ୍‌ରେ ତାଙ୍କ ଘର ଠିକଣା ଦେଇ ବହୁ କୋଟି ଟଙ୍କା ଠକି ନେଇଥିବା ଅନୁମାନ କରାଯାଉଛି। ତେବେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ଜଣେ ବ୍ୟକ୍ତି କଲ୍‌ ରିସିଭ୍‌ କରିବା ସହ କଥା ହୋଇଥିଲେ। ପରିଚୟ ପଚାରି ସାର୍ଟିଫିକେଟ ପାଇଁ ୮୦ ହଜାରରୁ ୧ଲକ୍ଷ ଟଙ୍କା ଲାଗିବ ଓ ଲକ୍‌ଡାଉନ୍‌ ପାଇଁ କେବଳ ଅନ୍‌ଲାଇନ୍‌ରେ ଦିଆଯିବ ବୋଲି କହିଥିଲେ।
ଅନ୍ୟପକ୍ଷରେ ଠକେଇର ଶିକାର ହୋଇଥିବା ଗୁଆହାଟୀ ଭରଲୁମୁଖ ଅଞ୍ଚଳର ସୟଦୁର୍‌ ରହମନ ସେଠାକାର ପୋଲିସ କମିଶନରଙ୍କ ନିକଟରେ ଗତ ଜୁନ୍‌ ୧୫ରେ ଅଭିଯୋଗ କରିଛନ୍ତି। ଜୁନ ୧୬ରେ ଗୁଆହାଟୀ ଡିସିପି (କ୍ରାଇମ୍‌) ମାମଲାର ତଦନ୍ତ ଆରମ୍ଭ କରିଥିବାବେଳେ ଭୁବନେଶ୍ୱର କମିଶନରେଟ ପୋଲିସକୁ ମଧ୍ୟ ଗୁଆହାଟୀର ଜଣେ ଖବରଦାତା ମନୋଜିତ୍‌ ଏ ସଂକ୍ରାନ୍ତରେ ଅନ୍‌ଲାଇନ୍‌ରେ ଅବଗତ କରାଇଛନ୍ତି। ପିଏମ୍‌ଓ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟପାଳଙ୍କୁ ମଧ୍ୟ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି। ଗୁଆହାଟୀର ଶତାଧିକ ଛାତ୍ରୀଛାତ୍ର ଏହି ଠକେଇର ଶିକାର ହୋଇଥିବାରୁ ସ୍ଥାନୀୟ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଖୁବ୍‌ଶୀଘ୍ର ଓଡ଼ିଶା ଆସି ଖୋଳତାଡ଼ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?