ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଆରମ୍ଭ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଭୁବନେଶ୍ୱରରେ ବୁଲା କୁକୁରଙ୍କ ଉତ୍ପାତ ବଢ଼ି ଚାଲିଛି। ଏଥିଯୋଗୁ ଦୁର୍ଘଟଣା ଘଟୁଥିବାବେଳେ ବହୁ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ସେମାନଙ୍କ ବଂଶବୃଦ୍ଧି ଉପରେ ରୋକ୍‌ ଲଗାଇବା ସହ ସହରବାସୀଙ୍କୁ ଏଭଳି ବିପଦରୁ ରକ୍ଷାକରିବା ପାଇଁ ବିଏମ୍‌ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ କରାଯାଉଛି। ଏଥିପାଇଁ ଗତ ସୋମବାରଠାରୁ କୁକୁର ଧରା କାର୍ଯ୍ୟ ଆରମ୍ଭ ହୋଇଛି। ୩ଦିନରେ ୪୫ ବୁଲା କୁକୁରଙ୍କୁ ଧରାଯାଇଥିବାବେଳେ ୧୪ଟିର ବନ୍ଧ୍ୟାକରଣ ସରିଛି। ବିଏମ୍‌ସି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ କହିଛନ୍ତି, ପ୍ରାଣୀ ଜନ୍ମ ନିୟନ୍ତ୍ରଣ (ଏବିସି) ଯୋଜନାରେ ପ୍ରାୟ ୨୫ ହଜାର କୁକୁରଙ୍କ ବନ୍ଧ୍ୟାକରଣ କରାଯିବ। ସେଢେ ୩ବର୍ଷ ତଥା ୪୪ ମାସ ମଧ୍ୟରେ ଏହି ବନ୍ଧ୍ୟାକରଣ ସରିବ। ଅପରେଶନ ସହ ଖାଦ୍ୟପେୟ, ଗାଡ଼ି ଖର୍ଚ୍ଚ ଆଦି ବାବଦକୁ ପ୍ରତି କୁକୁର ପାଇଁ ପାଖାପାଖି ୫ଶହ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଏଥିପାଇଁ ବାର୍ଷିକ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ୨୦୧୫ର ଗଣନାନୁଯାୟୀ ଭୁବନେଶ୍ୱରରେ ୪୬ ହଜାର ବୁଲା କୁକୁର ଥିଲେ। ୨୦୦୮ରୁ ହୋଇଥିବା ଏବିସି କାର୍ଯ୍ୟକ୍ରମରେ ୨୧ ହଜାର ୬ ଶହ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିଲା। ପୂର୍ବରୁ ବନ୍ଧ୍ୟାକରଣ ହୋଇ ନ ଥିବା ୨୪ହଜାର ୪ଶହ କୁକୁର ଓ ଗତ ୪ବର୍ଷ ମଧ୍ୟରେ ସହରରେ ଏହି ସଂଖ୍ୟା ଆଉ ୬ଶହ ବଢ଼ିଥିବା ଜଣାପଡିଛି। ଏ ସମସ୍ତ ବୁଲା କୁକୁରଙ୍କ ବାକରଣ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।
ଦୁଇଟି ଟିମ୍‌ ପକ୍ଷରୁ ପ୍ରତି କାର୍ଯ୍ୟଦିବସର ଭୋର୍‌ ୫ଟାରୁ ବୁଲା କୁକୁର ଧରା ଅଭିଯାନ ଚାଲୁଛି। ପ୍ରତି ଟିମ୍‌ରେ ଜଣେ ଡାକ୍ତର, ଦୁଇଜଣ ଧରାଳି, ଜଣେ ସହାୟକ ଓ ଜଣେ ଡ୍ରାଇଭର୍‌ ରହିଛନ୍ତି। ଦିନକୁ ୩୦, ମାସକୁ ୬୦୦ ଓ ବର୍ଷକୁ ୭ହଜାର ୨ଶହ କୁକୁରଙ୍କୁ ଧରିିବାକୁ ଯୋଜନା ରହିଛି। ପରେ ଶହୀଦନଗରସ୍ଥିତ ଶ୍ବାନଗୃହରେ ରଖି ପର୍ଯ୍ୟାୟକ୍ରମେ ଅସ୍ତ୍ରୋପଚାର କରାଯିବ। ଅସ୍ତ୍ରୋପଚାର ପରେ ଆଉ ୫ଦିନ ଚିକିତ୍ସା ପରେ ଛାଡ଼ି ଦିଆଯିବ। ଶ୍ବାନଗୃହରେ କୁକୁରଙ୍କୁ ଖେଚୁଡି ଓ ଡାଲି ଖାଇବାକୁ ଦିଆଯିବ। ଜଳାନ୍ତକ ରୋଗ ନ ହେବା ପାଇଁ ଛାଡ଼ିବା ପୂର୍ବରୁ କୁକୁରଙ୍କୁ ଆଣ୍ଟି ରାବିସ୍‌ ଟିକା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri