Categories: ମେଟ୍ରୋ

ରାଜଧାନୀରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ ପ୍ରାୟ ଦେଢ଼ ଘଣ୍ଟା ଧରି ଘଡ଼ଘଡ଼ି ଜାରି ରହିଥିଲା। ଫଳରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। ଘଡ଼ଘଡ଼ିର ଭୟଙ୍କର ଶବ୍ଦରେ ଲୋକେ ଏକପ୍ରକାର ଭୟଭୀତ ହୋଇପଡ଼ିଥିଲେ।