Categories: ଜାତୀୟ

ରାଜଘାଟ ପହଞ୍ଚି ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଉଦ୍ୟମ ଚଳାଇଛନ୍ତି। ମଙ୍ଗଳବାର ଅପରାହ୍ନରେ କେଜରିଓ୍ବାଲ ଓ ସିସୋଡିଆ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ସମସ୍ତେ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ସମ୍ମୁଖରେ ବସି ଦିଲ୍ଲୀରେ ଶାନ୍ତି ବଜାୟ ରଖିବାକୁ ଜନତାଙ୍କୁ ନିବେଦନ କରିବା ସହ ପ୍ରାର୍ଥନା କରିଥିବା ଜଣାପଡ଼ିଛି। ଏହି ଅବସରରେ କେଜରିଓ୍ବାଲଙ୍କ ସହ ଆମ୍‌ ଆଦମୀ ପାର୍ଟି (ଏଏପି)ର ବହୁ ନେତା ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଗତ କିଛି ଦିନରୁ ଦିଲ୍ଲୀ ଅଶାନ୍ତ ରହିଛି। ସେଠାରେ ହୋଇଥିବା ହିଂସାରେ ଏବେ ପର୍ଯ୍ୟନ୍ତ ଜଣେ ପୋଲିସ କନ୍‌ଷ୍ଟେବଳଙ୍କ ସହ ୭ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏହି ହିଂସା ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହେଉଛି। ଏହାକୁ ନେଇ ସାରା ଦେଶ ଓ ସରକାର ଚିନ୍ତିତ ରହିଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି।

Share